spot_img

Latest Posts

ରାଜଧାନୀ ରାଜରାସ୍ତାରେ ଯୁବତୀଙ୍କ ହାଇଡ୍ରାମା

ଭୁବନେଶ୍ୱର : ଭୁବନେଶ୍ୱର ରାଜରାସ୍ତାରେ ଯୁବତୀଙ୍କ ହାଇଡ୍ରାମା । ପୋଲିସକୁ ନାକେଦମ୍ କଲେ ଯୁବତୀ । ନନ୍ଦିଘୋଷ ଟିଭି ହାତରେ ଲାଗିଛି ସେହି Exclusive ଭିଜୁଆଲ । ନୋ ଏଣ୍ଟ୍ରି ଜୋନକୁ ଜବରଦସ୍ତ ଏଣ୍ଟ୍ରି କରିବାକୁ ଜିଦ କଲେ । ପୋଲିସ ମନା କରିବାରୁ ପୋଲିସକୁ ଗାଳି କଲେ । କେଶରୀ ହଲ ସମ୍ମୁଖରେ ଦେଖିବାକୁ ମିଳିଛି ଏଭଳି ଅଭାବନୀୟ ଘଟଣା । ବିଧାନସଭା ଚାଲିଥିବା ବେଳେ ରାତିରେ କେଶରୀ ହଲ ସମ୍ମୁଖରେ ପୋଲିସ ପକ୍ଷରୁ ବ୍ଲକିଂ ଚାଲିଥିଲା । କିନ୍ତୁ ଜଣେ ଯୁବତୀ ସ୍କୁଟିରେ ଆସି ବିଧାନସଭା ଆଡକୁ ଯିବାକୁ ଚାହିଁଥିଲେ । ପୋଲିସ ବାରଣ କରିବାରୁ ଆରମ୍ଭ ହୋଇଥିଲା ଯୁକ୍ତିତର୍କ । ପରେ ମହିଳା ପୋଲିସ ଆସି ତାଙ୍କୁ କାବୁ କରି ଖାରବେଳନଗର ଥାନାକୁ ନେଇଥିଲେ। ଅଧିକ ପଚରାଉଚରା ପରେ ତାଙ୍କୁ ଛଡ଼ାଯାଇଥିବା ଜଣାପଡିଛି ।

Latest Posts

Don't Miss