ଭୁବନେଶ୍ବର : ଆଜିଠୁ ଆରମ୍ଭ ହେବ ଜନଗଣନା । ଦୁଇଟି ପର୍ଯ୍ୟାୟରେ ଚାଲିବ ପ୍ରକ୍ରିୟା । ପ୍ରଥମେ ହେବ ଘର ଗଣନା । ତା ପରେ ଲୋକଙ୍କ ତଥ୍ୟ ସଂଗ୍ରହ କରାଯିବ। ପ୍ରଥମ ପ୍ରକ୍ରିୟା ଏପ୍ରିଲ ୧ ତାରିଖରୁ ଆରମ୍ଭ ହେବ। ଏଥର ପ୍ରଥମ ଥର ପାଇଁ ଡିଜିଟାଲ ଜନଗଣନା ହେବାକୁ ଯାଉଛି। ତା ସହିତ ଲୋକଙ୍କୁ ଆଉ ଏକ ସୁବିଧା ପ୍ରଦାନ କରାଯାଇଛି। ନିଜେ ନିଜେ ସେମାନେ ନିଜର ତଥ୍ୟ ଦାଖଲ କରିପାରିବେ। ଆଜିଠୁ ୧୫ ତାରିଖ ଯାଏ ଲୋକେ ନିଜେ ନିଜର ତଥ୍ଯ ଦେଇପାରିବେ। ୧୬ ଏପ୍ରିଲରୁ ୧୫ ମେ ଯାଏ ପ୍ରଥମ ଘର ଗଣନା ହେବ। ପ୍ରଥମ ପର୍ଯ୍ୟାୟରେ ଆଣ୍ଡାମାନ ନିକୋବର, ଦିଲ୍ଲୀ, ଗୋଆ, କର୍ଣ୍ଣାଟକ, ଲାକ୍ଷାଦୀପ, ମିଜୋରମ, ଓଡ଼ିଶା ଓ ସିକିିମରେ ହେବ ଜନଗଣନା। ଅର୍ଥାତ ଓଡ଼ିଶାରେ ଲୋକେ ଏପ୍ରିଲ ପହିଲାରୁ ୧୬ ତାରିଖ ଭିତରେ ମୋବାଇଲ ଆପ୍ ରେ ନିଜେ ନିଜେର ତଥ୍ୟ ଦେଇପାରିବେ। ୧୬ ଏପ୍ରିଲରୁ ୧୬ ମେ ମଧ୍ୟରେ ଘର ଗଣନା ଓ ଜନଗଣନା ହେବ। ଏଥର ଜନଗଣନା ସମୟରେ ଆପଣଙ୍କୁ ୩୩ଟି ପ୍ରଶ୍ନ ପଚାରିବେ ଜନଗଣନା ଦାୟିତ୍ଵରେ ଥିବା ଅଧିକାରୀ । ଏଥର ଜନଗଣନାରେ ନିୟୋଜିତ ହେବେ ୩୦ ଲକ୍ଷ କର୍ମଚାରୀ। ପ୍ରତି ୧୦ ବର୍ଷରେ ଥରେ ଜନଗଣନା ହୋଇଥାଏ। ୨୦୧୧ରେ ଶେଷ ଥର ପାଇଁ ଏହି ପ୍ରକ୍ରିୟା ହୋଇଥିଲା। କରୋନା ପାଇଁ ୨୦୨୧ରେ ଏହା ହୋଇପାରିନଥିଲା।

