ଭୁବନେଶ୍ବର : ଆଜି ପବିତ୍ର ଉତ୍କଳ ଦିବସ । ୧୯୩୬ ମସିହା ଏପ୍ରିଲ ପହିଲାରେ ଭାଷା ଭିତ୍ତିରେ ଓଡ଼଼ିଶା ପାଇଥିଲା ସ୍ବତନ୍ତ୍ର ପ୍ରଦେଶର ମାନ୍ୟତା । ଏହି ଦିନ ଠାରୁ ପ୍ରତିଟି ଓଡ଼ିଆ ଧୁମଧାମରେ ପାଳନ କରୁଛି ଉତ୍କଳ ଦିବସ । ଶାନ୍ତି ଓ ମୈତ୍ରୀର ନୂଆ ପରିଚୟ ଓଡ଼ିଶା । ଗୌରବର ଗାଥା ଗାଉଛି ଆମ ଭାଷା, ସାହିତ୍ୟ ଓ ସଂସ୍କୃତି । ବିଭିନ୍ନ କ୍ଷେତ୍ରରେ ଓଡ଼ିଶା ଉଲ୍ଲେଖନୀୟ ଅଗ୍ରଗତି କରିଛି । ଏହି ସବୁ ସଫଳତା ଓ ସ୍ମୃତିକୁ ସାଉଁଟି ଆଜି ପାଳନ ହେଉଛି ଉତ୍କଳ ଦିବସ । ଉତ୍କଳ ଜନନୀର ବନ୍ଦନା କରି ଆଜି ସାରା ରାଜ୍ୟରେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି । ଉତ୍କଳ ଦିବସ ପାଳନ ଅବସରରେ ସରକାରୀ ସ୍ଥରରେ ବି ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି ।

