ପୁରୀ : ପୁରୀରେ ପାଳିତ ହୋଇଛି ଟ୍ରାନ୍ସଜେଣ୍ଡର ଦୃଶ୍ୟମାନ ଦିବସ ୨୦୨୬। କିଭଳି ସମ୍ପୂର୍ଣ୍ଣ ରୂପେ ମୁଖ୍ୟ ସ୍ରୋତରେ ସାମିଲ ହେବେ ଟ୍ରାନ୍ସଜେଣ୍ଡର ? ନିଜେ କିଭଳି ହେବେ ସ୍ବାବଲମ୍ବୀ ? ସେନେଇ ଆୟୋଜିତ ଏକ ଦିନିକିଆ କର୍ମଶାଳାରେ ସମୀକ୍ଷା କରାଯାଇଛି । ଟ୍ରାନ୍ସଜେଣ୍ଡର ମାନଙ୍କର ସମସ୍ୟା ଓ ଏହାର ସମାଧାନ ନେଇ ସରକାର ଯେଉଁ ସବୁ ପଦକ୍ଷେପ ନେଇଛନ୍ତି ସେ ସବୁ ଉପରେ ପୁଙ୍ଖାନୁ ପୁଙ୍ଖ ଭାବେ ଆଲୋଚନା କରାଯାଇଥିଲା । ୨୦୨୯-୨୦ ମସିହାରେ ଟ୍ରାନ୍ସଜେଣ୍ଡର ମାନଙ୍କ ପାଇଁ ଆସିଥିବା ଆଇନ ନେଇ ତର୍ଜମା କରାଯାଇଥିବା ବେଳେ ବର୍ତମାନ ୨୦୨୬ ରେ ସଂଶୋଧିତ ଆଇନକୁ ନେଇ ଆଲୋଚନା କରାଯାଇଛି । ସଂଶୋଧିତ ଆଇନ ଅପେକ୍ଷା ପୂର୍ବ ଆଇନ ଟ୍ରାନ୍ସଜେଣ୍ଡରଙ୍କ ପାଇଁ ହିତକର । ଏନେଇ ଏହାର ପୁନର୍ବାର ସମୀକ୍ଷା ନେଇ କର୍ମଶାଳାରେ ଦାବି ହୋଇଛି ।
ବାରମ୍ବାର ସରକାରଙ୍କ ନିକଟରେ ଟ୍ରାନ୍ସଜେଣ୍ଡର ସଙ୍ଘ ଦାବି ରଖିଥିବା ସତ୍ୱେ ଫଳଶୂନ । ଏକ ଜନମଙ୍ଗଳ ରାଷ୍ଟ୍ରରେ ଟ୍ରାନ୍ସଜେଣ୍ଡର ମାନଙ୍କ ଅଧିକାର ବିଷୟରେ ଗୁରୁତ୍ୱ ନଦେବାକୁ ନେଇ କ୍ଷୋଭ ପ୍ରକାଶ ପାଇଛି । ସଂଶୋଧିତ ଟ୍ରାନ୍ସଜେଣ୍ଡର ଆଇନକୁ ସମାଲୋଚନା କରିବା ସହ ଆଇନକୁ ପ୍ରତ୍ୟାହାର ପାଇଁ ଦାବି ହୋଇଛି । ଆଜି ଟ୍ରାନ୍ସଜେଣ୍ଡର ଦୃଶ୍ୟମାନ ଦିବସକୁ କଳା ଦିବସ ଭାବେ ପୁରୀ ଜିଲ୍ଲାରେ ପାଳନ କରିଛି ସଂଘ । ପୁରୀ ଜିଲ୍ଲା ପ୍ରଶାସନ, ଜିଲ୍ଲା ଟ୍ରାନ୍ସଜେଣ୍ଡର ସଙ୍ଘ, ବେଲ ଓ ସାଥି ଅନୁଷ୍ଠାନ ପକ୍ଷରୁ ଆୟୋଜିତ ଏହି ଦିନିକିଆ କର୍ମଶାଳାରେ ଅନେକ ଟ୍ରାନ୍ସଜେଣ୍ଡର ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।
ପୁରୀରେ ଟ୍ରାନ୍ସଜେଣ୍ଡର ଦୃଶ୍ୟମାନ ଦିବସକୁ କଳାଦିବସ ଭାବେ ପାଳିଲେ ତୃତୀୟଲିଙ୍ଗୀ…

