spot_img

Latest Posts

ଆଜିଠାରୁ ଆରମ୍ଭ ଗଞ୍ଜାମ ଜିଲ୍ଲାର ପ୍ରସିଦ୍ଧ ଦଣ୍ଡ ନାଚ

ଗଞ୍ଜାମ : ଆଜିଠାରୁ ଗଞ୍ଜାମ ଜିଲ୍ଲାର ପ୍ରସିଦ୍ଧ ଦଣ୍ଡ ନାଚ ଆରମ୍ଭ ହୋଇଛି । ପ୍ରତିବର୍ଷ ଚୈତ୍ର ମାସରେ ଆରମ୍ଭ ହୋଇଥାଏ ଗଞ୍ଜାମ ଦଣ୍ଡ ନାଚ। ମାନସିକଧାରୀ ଦଣ୍ଡୁଆମାନେ ବହୁତ୍ କଷ୍ଟ ସହି ଦଣ୍ଡନାଚରେ ସାମିଲ ହୋଇଥାନ୍ତି। ଗଞ୍ଜାମ ଜିଲ୍ଲା ସମେତ ହିଞ୍ଜିଳିକାଟୁ ପୌରାଞ୍ଚଳ ବଡ଼ ପାର୍ଟି ଓ ସାନ ପାର୍ଟି ଓ ଶେରଗଡ଼ ବ୍ଲକ କୁଲାଡ ଗାଁ ରେ ୨୧ଦିନିଆ ଦଣ୍ଡନାଚ ଶୁଭାରମ୍ଭ ହୋଇଛି। ମାନସିକଧାରୀ ଦଣ୍ଡୁଆମାନେ ମାଙ୍କ ମନ୍ଦିରରେ ପହଞ୍ଚି ପୂଜା ବିଧି କରିବା ସହିତ ପିଞ୍ଚୁମୁଣ୍ଡା, ବାନା ଧରି ଢୋଲ ମହୁରୀ ବଜାଇ ଗାଁ ପରିକ୍ରମା କରିବେ। ପରେ ପରମ୍ପରା ଅନୁସାରେ ମଧ୍ୟାହ୍ନରେ ମାଙ୍କ ମନ୍ଦିର ସମ୍ମୁଖରେ ଧୂଳିଦଣ୍ଡ, ପାଣି ଦଣ୍ଡ, ଅଗ୍ନିଦଣ୍ଡ କରିବେ। ମେରୁ ସଂକ୍ରାନ୍ତି ପର୍ୟ୍ୟନ୍ତ ଅନୁଷ୍ଠିତ ହୋଇଥାଏ ପର୍ବ।

Latest Posts

Don't Miss