ନନ୍ଦିଘୋଷ ବ୍ୟୁରୋ : ଥାନା ଉପରେ ଚଢ଼ି ଯୁବକର ଆତ୍ମହତ୍ୟା ଉଦ୍ୟମ । କଟକ ମଙ୍ଗଳାବାଗ ଥାନାରେ ଯୁବକଙ୍କ ଉନ୍ମତ କାଣ୍ଡ । ଯୁବକ ଜଣଙ୍କୁ ଉଦ୍ଧାର ପରେ ଗୁରୁତର ଅବସ୍ଥାରେ ଏସସିବି ମେଡିକାଲରେ ଭର୍ତ୍ତି କରାଯାଇଛି । ଯୁବକ ଜଣକ ନିଜର ହାତ କାଟିଦେବା ସହ ଥାନା ଛାତରେ ଯାଇଥିବା କେବୁଲ ତାରରେ ବେକରେ ଗାମୁଛା ଲଗାଇ ଝୁଲିପଡିଥିଲେ । ପୋଲିସଠାରୁ ସୂଚନା ପାଇ ଦମକଳବାହିନୀ ପହଞ୍ଚି ଉଦ୍ଧାର କରିଥିଲେ । ଯୁବକ ଜଣକ ପରିଚୟ ମିଳିପାରିନଥିବା ବେଳେ ସେ କିପରି ଥାନା ଛାତ ଉପରେ ଚଢ଼ିଗଲେ ତାହା ଜଣାପଡ଼ି ନାହିଁ ।

