ଅଭିନେତା ବିଜୟ ଦେବରାକୋଣ୍ଡା ଓ ରଶ୍ମିକା ମନ୍ଦାନା ଫେବୃଆରୀ ୨୬ରେ ପରସ୍ପରଙ୍କ ହାତ ଧରିବେ । ନିଜର ବିବାହକୁ ନେଇ ଷ୍ଟାର ଦମ୍ପତ୍ତି ସ୍ପଷ୍ଟ କରିଛନ୍ତି । ଉଦୟପୁର ଐତିହ୍ୟ ପ୍ରାସାଦରେ ଦମ୍ପତ୍ତିଙ୍କ ମ୍ୟାରେଜ ସମ୍ପନ୍ନ ହେବ । ଏହି ଓ୍ବେଡିଂର ନାମ ‘Virosh’ ରଖାଯାଇଥିବା ଦମ୍ପତ୍ତି ଉଲ୍ଲେଖ କରିଛନ୍ତି । ନିଜର ବିବାହକୁ ନେଇ ଦମ୍ପତ୍ତିଙ୍କୁ ତରଫରୁ ବିଧିବଦ୍ଧ ଭାବେ କୌଣସି ଘୋଷଣା କରାଯାଇନାହିଁ । ମାତ୍ର ରବିବାର ଦିନ ଦୁହେଁ ନିଜର ଇନଷ୍ଟାଗ୍ରାମ ଷ୍ଟୋରି ମାଧ୍ୟମରେ ନିଜର ଓ୍ବେଡିଂକୁ ନେଇ ସ୍ପଷ୍ଟ କରିଛନ୍ତି । ଏଥିସହ ତାଙ୍କୁ ଭଲ ପାଇବା ଦେଇ ଆସିଥିବା ଅଗଣିତ ଫ୍ୟାନ୍ସଙ୍କୁ ଦମ୍ପତ୍ତି ଧନ୍ୟବାଦ ଦେଇଛନ୍ତି ।
ଗତବର୍ଷ ଅକ୍ଟୋବର ମାସରେ ରଶ୍ମିକା ଓ ବିଜୟଙ୍କ ନିର୍ବନ୍ଧ ହାଇଦ୍ରାବାଦରେ ହୋଇଥିଲା । ଅକ୍ଟୋବର ୩ରେ ଦୁହେଁ ପରସ୍ପରଙ୍କୁ ରିଙ୍ଗସ ପିନ୍ଧାଇଥିଲେ । ୨୦୧୮ ମସିହାରେ ମୁକ୍ତିଲାଭ କରିଥିବା ‘ଗୀତା ଗୋବିନ୍ଦମ’ ଓ ୨୦୧୯ରେ ମୁକ୍ତିଲାଭ କରିଥିବା ‘ଡିୟର କମ୍ରେଡ’ରେ ଅଭିନୟ କରିବା ସମୟରୁ ହିଁ ଦୁହେଁ ଡେଟିଂରେ ଥିବା ଗୁଜବ ଶୁଣିବାକୁ ମିଳିଥିଲା । ଏହା ମଧ୍ୟରେ ସାଉଥ ଇଣ୍ଡଷ୍ଟ୍ରିର ପାଓ୍ବର କପଲ ନିଜର ବିବାହ ପ୍ରସ୍ତୁତି କରିସାରିଛନ୍ତି । କବଲ ନିଜର ଡେଷ୍ଟିନେସନ ଓ୍ବେଡିଂ ପାଇଁ ଉଦୟପୁରରେ ପହଞ୍ଚି ସାରିଛନ୍ତି । ଦୁହିଙ୍କୁ ନିଜର ପରିବାର ସହ ଉଦୟପୁର ଏୟାରପୋର୍ଟରେ ଦେଖିବାକୁ ମିଳିଥିଲା । ଏୟାରପୋର୍ଟ ବାହାରକୁ ଆସିବା ସମୟରେ ରଶ୍ମିକା ଫ୍ୟାନ୍ସଙ୍କୁ ହାତ ଯୋଡ଼ି ଶୁକ୍ରିଆ ଜଣାଇଥିଲେ ।

