spot_img

Latest Posts

ପୁରୀରେ ଏକ ଲଜ୍ ଉପରକୁ ବୋମାମାଡ ; କବାଟ ଝରକା ଗୁଣ୍ଡ

ପୁରୀ : ପୁରୀରେ ବଡ଼ ଅଘଟଣ । ଏକ ଲଜକୁ ବୋମାମାଡ଼ ସୁଚନା । ବୋମାମାଡ଼ରେ ଲଜର ଝରକା କାଚ ସମ୍ପୂର୍ଣ୍ଣ ଭାଙ୍ଗିଯାଇଥିବା ବେଳେ ଭିତରେ ଥିବା ଯାତ୍ରୀମାନେ ଭୟଭୀତ ଅବସ୍ଥାରେ ଅଛନ୍ତି । ପୁରୀରେ ଏକ ଲଜ୍ ଉପରକୁ ବୋମାମାଡ ହେଇଛି । ବଳିଆପଣ୍ଡା ଥାନା ଅଞ୍ଚଳରେ ଥିବା ଏକ ଲଜ ଉପରକୁ ବୋମାମାଡ଼ ହୋଇଛି। ଲାଇଟ୍ ହାଉସ ପଛପଟେ ଥିବା ସବିତା ଘର ଲଜ୍ ଉପରକୁ ବୋମାମାଡ଼ ହୋଇଛି। ଦୁଇ ଜଣ ଦୁର୍ବୃତ୍ତ ସ୍କୁଟିରେ ଆସି ତିନିଟି ବୋମାମାଡ କରି ଫେରାର ହୋଇଛନ୍ତି।

ବୋମାମାଡରେ ଲଜର କବାଟ ଝରକା ଗୁଣ୍ଡ ହୋଇଯାଇଛି। ଭୟଭୀତ ଅବସ୍ଥାରେ ରହିଥିଲେ ଲଜରେ ଥିବା ଯାତ୍ରୀ। ବୋମାମାଡ଼ ଘଟଣା ପରେ ପୋଲିସର ତଦନ୍ତ ଆରମ୍ଭ ହୋଇଛି। ବୋମାମାଡର କାରଣ ଅସ୍ପଷ୍ଟ ରହିଛି।

Latest Posts

Don't Miss