ବଦଳି ଯାଇଛି କଂଗ୍ରେସ, ମୋଦିଙ୍କ ହାତରେ ଦେଶ ସୁରକ୍ଷିତ: ସିନ୍ଧିଆ
1 min readନୂଆଦିଲ୍ଲୀ: ୪୮ ଘଣ୍ଟାର ସସପେନ୍ସ । ମଧ୍ୟପ୍ରଦେଶ ରାଜନୀତିକୁ ଦେଇଛି ନୂଆ ମୋଡ଼ । ମଙ୍ଗଳବାର କଂଗ୍ରେସର ହାତ ଛାଡ଼ିଥିବା ଜ୍ୟୋତିରାଦିତ୍ୟ ସିନ୍ଧିଆ ବୁଧବାର ପଦ୍ମ ଧରିଛନ୍ତି । ଦିଲ୍ଲୀ ବିଜେପି ମୁଖ୍ୟାଳୟରେ ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡାଙ୍କ ଉପସ୍ଥିତିରେ ବିଜେପିରେ ମିଶିଛନ୍ତି । ଦଳ ପରିବର୍ତ୍ତନ ସହ ବଦଳି ଯାଇଛି ପରିଭାଷା ।
Jyotiraditya Scindia: I can say with confidence that the aim of public service is not being fulfilled by that party (Congress). Besides this, the present condition of the party indicates that it is not what it used to be. pic.twitter.com/AGTK1zZwbe
— ANI (@ANI) March 11, 2020
ବିଜେପିର ପ୍ରାଥମିକ ସଦସ୍ୟ ପଦ ଗ୍ରହଣ ପରେ ସିନ୍ଧିଆ କହିଛନ୍ତି, ‘କଂଗ୍ରେସ ବଦଳି ଯାଇଛି । ଏବେ କଂଗ୍ରେସ ଜରିଆରେ ଆଉ ଜନସେବା କରିବା ସମ୍ଭବ ନୁହେଁ ।’ ଏଥିସହ ସେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭୂୟସୀ ପ୍ରଶଂସା କରିଛନ୍ତି । ମୋଦିଙ୍କ ହାତରେ ଦେଶର ଭବିଷ୍ୟତ ସମ୍ପୂର୍ଣ୍ଣ ଭାବେ ସୁରକ୍ଷିତ ବୋଲି କହିଛନ୍ତି ।
ଜୋତିରାଦିତ୍ୟ ମଧ୍ୟପ୍ରଦେଶର କମଲନାଥ ସରକାର ଉପରେ ବି ଜୋରଦାର ଆକ୍ରମଣ କରିଛନ୍ତି । କମଲନାଥ ସରକାରରେ କୃଷକ, ଯୁବକ ଉପେକ୍ଷିତ ହେଉଥିବା ବେଳେ ଭ୍ରଷ୍ଟାଚାର ବଢ଼ିଥିବା ସିନ୍ଧିଆ ଅଭିଯୋଗ କରିଛନ୍ତି । ମୁଁ କଂଗ୍ରେସରେ ୧୮ରୁ ୧୯ ବର୍ଷ ରହି ଶ୍ରଦ୍ଧାର ସହିତ ମଧ୍ୟପ୍ରଦେଶର ସେବା କରିବାକୁ ଚେଷ୍ଟା କରିଛି । କିନ୍ତୁ, ଏବେ ଉପୁଜିଥିବା ପରିସ୍ଥିତିରେ କଂଗ୍ରେସରେ ରହି ଜନସେବା କରିବା ଅସମ୍ଭବ । ପୂର୍ବରୁ ଥିବା କଂଗ୍ରେସ ଦଳ ଏବେର କଂଗ୍ରେସ ଭିତରେ ବହୁ ଫରକ ଅଛି । କଂଗ୍ରେସରେ ନୂଆ ନେତୃତ୍ୱକୁ ଠିକ୍ ମାନ୍ୟତା ମିଳୁନଥିବା ସିନ୍ଧିଆ କହିଛନ୍ତି ।
ବିଜେପିରେ ଯୋଗଦେଲେ ଜ୍ୟୋତିରାଦିତ୍ୟ: କହିଲେ, ସରକାର ଗଠନ ବେଳେ ମୋ ସ୍ୱପ୍ନ ଚୁରମାର ହୋଇଗଲା