ଓଡ଼ିଶାରେ ପ୍ରତିଶ୍ରୁତି ଦିଲ୍ଲୀରେ ପ୍ରତାରଣା !

ସୁନ୍ଦରଗଡ଼: ଯୁବତୀଙ୍କୁ ବିକ୍ରି ଅଭିଯୋଗ । ପ୍ରଥମେ ବିବାହର ସ୍ୱପ୍ନ ତାପରେ ଚାକିରି କରେଇଦେବାକୁ ପ୍ରତିଶ୍ରୁତି । ଏମିତି ଅନେକ ସ୍ୱପ୍ନ ଦେଖାଇ ଯୁବକ ଜଣକ ନେଇଗଲା ଦିଲ୍ଲୀ । କିନ୍ତୁ ସେଠାରେ ପହଞ୍ଚିଲା ପରେ ସବୁକିଛି ବଦଳିଗଲା । ଚାହୁଁଚାହୁଁ ସବୁ ସ୍ୱପ୍ନ ସ୍ୱପ୍ନରେ ରହିଗଲା  । ନା ସେ ବିବାହ କରିବାକୁ ଦେଲା ନା ଚାକିରି କରେଇଦେଲା । ବରଂ ସେଠି ବିକ୍ରି କରିଦେଇଥିବା ଯୁବତୀ ଅଭିଯୋଗ ଆଣିଛନ୍ତି ।

ଏମିତି ଏକ ଅଭିଯୋଗ ହୋଇଛି ଚାନ୍ଦିପୋଷ ଥାନାରେ । ବିବାହ ପ୍ରତିଶ୍ରୁତି ଓ ଚାକିରୀ ପ୍ରଲୋଭନ ଦେଖାଇ ଯୁବତୀଙ୍କୁ ବିକ୍ରି କରିଦେଇଛି ଯୁବକ । ଘଟଣାର ତଦନ୍ତ କରିବା ସହ ଯୁବତୀଙ୍କୁ ଉଦ୍ଧାର କରାଯାଇଛି । ତେବେ ଉଦ୍ଧାର ଯୁବତୀଙ୍କ ବୟାନ ଆଜି ମାଜିଷ୍ଟ୍ରେଟ୍‌ଙ୍କ ନିକଟରେ ରେକର୍ଡ କରାଯିବ। ଗତ ୨ ତାରିଖ ଦିନ ଚମ୍ପାଝରଣ ମନ୍ଦିରକୁ ପୂଜା କରିବାକୁ ଯାଇଥିବା ବେଳେ ଯୁବକ ଜଣକ ଯୁବତୀଙ୍କୁ ବିବାହ ଓ ଚାକିରୀ ପ୍ରଲୋଭନ ଦେଖାଇ ଦିଲ୍ଲୀ ନେଇଯାଇଥିଲେ। ତେବେ ସେଠାରେ ସେ ଯୁବତୀଙ୍କୁ ବିକ୍ରି କରିଦେଇଥିବା ଚାନ୍ଦିପୋଷ ଥାନାରେ ଅଭିଯୋଗ ହୋଇଥିଲା। ।

Leave a Reply