spot_img

Latest Posts

ବିକଶିତ ଭାରତ ଲକ୍ଷ୍ୟ ହାସଲ ପାଇଁ ଯୁବଶକ୍ତିଙ୍କୁ ଗୁରତ୍ବ…

ନନ୍ଦିଘୋଷ ବ୍ୟୁରୋ : ବିକଶିତ ଭାରତ ଲକ୍ଷ୍ୟ ହାସଲ ପାଇଁ ଯୁବଶକ୍ତିଙ୍କୁ ଗୁରତ୍ବ । ସମାଜର ସବୁ ବର୍ଗର ଲୋକଙ୍କ ଆର୍ଥିକ ବିକାଶ ଉପରେ ଫୋକସ । ସଂସଦରେ ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ କେନ୍ଦ୍ର ବଜେଟ ଆଗତ କରି ଏଭଳି ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ମୋଟ ବଜେଟ ଆକାର ୫୩ ଲକ୍ଷ ୪୭ ହଜାର ୩୧୫ କୋଟି । ଅଭିବୃଦ୍ଧି ଲକ୍ଷ୍ୟ ୧୦ ପ୍ରତିଶତ । ବିତ୍ତୀୟ ନିଅଣ୍ଟ ଅଭିବୃଦ୍ଧିର ୪.୩ ପ୍ରତିଶତ ରଖିବାକୁ ଲକ୍ଷ୍ୟ ରଖାଯାଇଥିବାବେଳେ ରାଜସ୍ବ ନିଅଣ୍ଟ ୧,୫ ପ୍ରତିଶତ ଲକ୍ଷ୍ୟ ରଖାଯାଇଛି । ଏଥିରେ ଖୋଲା ବଜାର ଋଣ ରହିଛି ୧୭ ଲକ୍ଷ ୪୦ ହଜାର କୋଟି । ପୁଞ୍ଜି ପ୍ରତ୍ୟାହାର ଲକ୍ଷ୍ୟ ୮୦ ହଜାର କୋଟି । ପୁଞ୍ଜି ବ୍ୟୟ ୧୨ ଲକ୍ଷ ୨୦ ହଜାର କୋଟି । ଷୋଡ଼ଶ କେନ୍ଦ୍ର ଅର୍ଥ କମିଶନଙ୍କ ସୁପାରିସକୁ ଗ୍ରହଣ କରିଛନ୍ତି ସରକାର । ରାଜ୍ୟ ମାନଙ୍କୁ ଟିକସ ଅଂଶ ବାବଦରେ ପୂର୍ବରୁ ଯାହା ଥିଲା ଷୋଡ଼ଶ ଅର୍ଥ କମିଶନ ସେହି ହାର ଅର୍ଥାତ ୪୧ ପ୍ରତିଶତ ବଜାୟ ରଖିଛନ୍ତି । ଆଜି ବଜେଟ ଅଭିଭାଷଣରେ ଅର୍ଥ ମନ୍ତ୍ରୀ ଘୋଷଣା  କରିଛନ୍ତି, ୨୦୨୬-୨୭ ଆର୍ଥିକ ବର୍ଷରେ ସମସ୍ତ ରାଜ୍ୟକୁ ଅନୁଦାନ ବାବଦରେ ୧୬ ଲକ୍ଷ ୫୬ ହଜାର କୋଟି ମିଳିବ । ଯେଉଁଥିରେ ଟିକସ ଅଂଶ ବାବଦରେ ୧୫ ଲକ୍ଷ ୨୬ ହଜାର କୋଟି, ଅର୍ଥ କମିଶନଙ୍କ ସ୍ବତନ୍ତ୍ର ଅନୁବାଦ ବାବଦରେ ରାଜ୍ୟମାନଙ୍କୁ ପ୍ରଦାନ କରାଯିବ ୧ଲକ୍ଷ ୪୦ ହଜାର କୋଟି । ବିଶ୍ବ ଟାରିଫ ମାଡରେ ଅଧିକାଂଶ ଦେଶ ପ୍ରଭାବିତ ହୋଇଥିବାବେଳେ ଚଳିତ ବର୍ଷ ଭାରତ ରପ୍ତାନୀ କ୍ଷେତ୍ରରେ ସେତେ ପ୍ରଭାବିତ ହୋଇନି । ୮୨୫.୩ ବିଲିୟନ ଡଲାରର ରପ୍ତାନୀ କାରବାର କରିଛି ଭାରତ ।

Latest Posts

Don't Miss