ଅଭିନେତା ଅନୁଭବ ମହାନ୍ତିଙ୍କ ଆବେଦନ ହାଇକୋର୍ଟରେ ଖାରଜ
ନନ୍ଦିଘୋଷ ବ୍ୟୁରୋ: ପୂର୍ବତନ ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତିଙ୍କ ବଢ଼ିଲା ଅଡୁଆ । ତାଙ୍କ ଆବେଦନ ହାଇକୋର୍ଟରେ ଖାରଜ ହୋଇଯାଇଛି । ହାଇକୋର୍ଟ କହିଲେ, ନିମ୍ନ ଅଦାଲତରେ ଚାଲିବ ମାମଲା । ପୂର୍ବତନ ପତ୍ନୀ ବର୍ଷା ପ୍ରିୟଦର୍ଶିନୀଙ୍କ ପକ୍ଷରୁ ଦାୟର ହୋଇଥିବା ମାମଲା ନିମ୍ନ ଅଦାଲତରେ ଚାଲିବ ବୋଲି ସ୍ପଷ୍ଟ କରିଛନ୍ତି ହାଇକୋର୍ଟ ।
ଅନୁଭବଙ୍କ ଘରେ ରହୁଥିବା ସମୟରେ ଅନୁଭବ ଏବଂ ଅନ୍ୟ ଦୁଇ କର୍ମଚାରୀଙ୍କ ବିରୋଧରେ ଏତଲା ଦେଇଥିଲେ ବର୍ଷା । ଅଭିଯୁକ୍ତମାନେ ତାଙ୍କର ଭିଡିଓ ସୁଟିଂ କରୁଥିବା ଓ ମାନସିକ ନିର୍ଯାତନା ଦେଉଥିବାର ଅଭିଯୋଗ କରିଥିଲେ ବର୍ଷା । ଏହି ମାମଲାରୁ ବାଦ୍ ଦେବାକୁ ଅନୁଭବ ହାଇକୋର୍ଟ ଯାଇଥିଲେ । କିନ୍ତୁ ତାଙ୍କ ଆବେଦନକୁ ହାଇକୋର୍ଟ ଖାରଜ କରିଛନ୍ତି ।

