ବଲିଉଡ଼ର ଏମିତି ଏକ ଫିଲ୍ମ ଯେଉଁଥିରେ ଥିଲା ଦୁଇଟି ଇଣ୍ଟରଭାଲ
ନନ୍ଦିଘୋଷ ବ୍ୟୁରୋ: ଆଜିର ଦିନରେ ଓଟିଟିରେ ଓ୍ବେବ ସିରିଜର ୮ଟା ଏପିସୋଡ ଦେଖି ଦେଉଛନ୍ତି । କେତେବେଳେ ୪ରୁ ୫ ଘଣ୍ଟା ବିତି ଯାଉଛି ଜଣାପଡୁନି । ହେଲେ ସିନେମା ହଲ ଯାଇ ସାଢ଼େ ତିନି ଘଣ୍ଟା କି ୪ ଘଣ୍ଟାର ଫିଲ୍ମ ଦେଖିବା କଥା ଉଠିଲେ ଆମେ ଘଡି ଦେଖିଥାନ୍ତି, ଟିକେଟର ଦାମ ଦେଖିଥାନ୍ତି । ଏହା ବି ଜରୁରୀ । କାରଣ ଏଥିରେ ଟ୍ରାଭେଲିଂ, ପପକର୍ଣ୍ଣ ପାଇଁ ଲାଇନ ଓ ଫିଲ୍ମ ମଧ୍ୟରେ ୧୫ ମିନିଟର ଇଣ୍ଟରଭାଲ ରହିଥାଏ । ବହୁ ସମୟରେ ଲୋକେ ଗୋଟିଏ ଇଣ୍ଟରଭାଲରେ ଟାଇମ ଦେଖିବା ସହ କେତେ ବେଳେ ଫିଲ୍ମ ସରିବ ଅନାଇ ବସିଛନ୍ତି । ହେଲେ କେବେ ଚିନ୍ତା କରିଛନ୍ତି କି ଏମିତି ବି ଦିନ ଥିଲା ଯେତେବେଳେ ଦର୍ଶକଙ୍କୁ ଗୋଟିଏ ନୁହେଁ ଦୁଇଟି ଇଣ୍ଟରଭାଲ ମିଳୁଥିଲା । ଆଜ୍ଞା ହଁ ଆଜି ଆମେ ଆପଣଙ୍କୁ ଏମିତି ଫିଲ୍ମ ସମ୍ପର୍କରେ କହିବାକୁ ଯାଉଛି, ଯେଉଁଥିରେ ଗୋଟଇଏ ନୁହେଁ ଦୁଇଟି ଇଣ୍ଟରଭାଲ ଥିଲା । ଆଉ ଭାରତୀୟ ସିନେମାରେ ଏମିତି ଏକ ଫିଲ୍ମ ଆସିଥିଲା ଯାହା ସିନେମା ହଲର ନିୟମ ବଦଳାଇ ଦେଇଥିଲା । ୧୯୬୪ରେ ଏମିତି ଏକ ଫିଲ୍ମ ଆସିଥିଲା ଯାହା ଏତେ ଲମ୍ବା ଥିଲା କି ଦର୍ଶକଙ୍କ ପାଇଁ ସିନେମା ହଲରେ ବସିକା କଷ୍ଟକର ହୋଇଯାଇଥାନ୍ତା । ଆଉ ଏଥିପାଇଁ ରାଜ କପୁର ଭାରତୀୟ ସିନେମାକୁ ଏମିତି ଏକ ଫିଲ୍ମ ଦେଇଥିଲେ ଯେଉଁଥିରେ ଗୋଟିଏ ନୁହେଁ ଦୁଇଟି ଇଣ୍ଟରଭାଲ ଥିଲା । ସିନେ ପ୍ରେମୀଙ୍କୁ ଲାଗିଥାଏ ‘ମେରା ନାମ ଜୋକର’ ହେଉଛି ସେହି ଫିଲ୍ମ । ଆପଣ ବି ଯଦି ଏହା ଭାବୁଛନ୍ତି ତେବେ ଆପଣ ବି ଭୁଲ । ଆସନ୍ତୁ ଜାଣିବା ଭାରତୀୟ ସିନେମାର ସେହି ପ୍ରଥମ ଫିଲ୍ମ ସମ୍ପର୍କରେ ଯେଉଁଥିରେ ଥିଲା ଦୁଇଟି ଇଣ୍ଟରଭାଲ ।
ଡବଲ ଇଣ୍ଟରଭାଲ ଫିଲ୍ମ
ଗତ ଗିଛିବର୍ଷ ହେବ ଏମିତି କିଛି ଫିଲ୍ମ ଆସିଛି ଯାହାର ରନ୍ ଟାଇମ ୩ ଘଣ୍ଟାରୁ ଅଧିକ ରହିଛି । ହେଲେ ଆଜି ଆମେ ଆପଣଙ୍କୁ ଦୁଇଟି ଇଣ୍ଟରଭାଲ ଥିବା ଫିଲ୍ମ ସମ୍ପର୍କରେ କହିବାକୁ ଯାଉଛି । ଆଉ ଏହା ହେଲା ରାଜ କପୁରଙ୍କ ୧୯୬୪ରେ ଆସିଥିବା ଫିଲ୍ମ ‘ସଙ୍ଗମ’ । ଯାହାର ରନ୍ ଟାଇମ ଥିଲା ୩ ଘଣ୍ଟା ୫୮ ମିନିଟ । ଆଉ ସେ ସମୟରେ ୪ ଘଣ୍ଟାର ଫିଲ୍ମ ଦେଖିବା କୌଣସି ଦୂର ସ୍ଥାନକୁ ଯିବା ଭଳି ଥିଲା । ଆଉ ଏହି ସମୟରେ ସିନେମା ହଲ ମାଲିକାମାନେ ଫିଲ୍ମଟିକୁ ଦୁଇଟି ଇଣ୍ଟରଭାଲ ସହ ଆଣିବାକୁ ଯୋଜନା କରିଥିଲେ । କାରଣ ଫିଲ୍ମଟି ପ୍ରଥମ ଥର ବଡ଼ ଲେଭଲରେ ୟୁରୋପରେ ସିଟିଂ ହୋଇଥିଲା । ଆଉ ଏହାକୁ ନେଇ ଦର୍ଶକ ବି ଫିଲ୍ମ ଦେଖିବାକୁ ଉତ୍କଣ୍ଠାର ସହ ଅନାଇ ବସିଥିଲେ । ଏହି କାରଣରୁ ଦର୍ଶକ ଖୁସିର ସହ ଦୁଇଟି ଇଣ୍ଟରଭାଲକୁ ଗ୍ରହଣ କରିନେଇଥିଲେ ।
ହେଲେ ସଙ୍ଗମ ଦୁଇଟି ଇଣ୍ଟରଭାଲ ଥିବା ଏକମାତ୍ର ଫିଲ୍ମ ନଥିଲା । ସଙ୍ଗମ ପରେ ୧୯୭୦ରେ ରାଜ କପୁରଙ୍କ ଫିଲ୍ମ ମେରା ନାମ ଜୋକର ଆସିଥିଲା । ଲଥିରେ ବି ଦୁଇଟି ଇଣ୍ଟରଭାଲ ରହିଥିଲା । ଏହାର ରନ୍ ଟାଇମ୍ ୪ ଘଣ୍ଟା ୧୫ ମିନିଟ ରହିଥିଲା ।

