spot_img

Latest Posts

୧୪ କୋଟିରୁ ଅଧିକ ଲୋକଙ୍କ ପାସଓ୍ବାର୍ଡ ଲିକ: ଆପଣଙ୍କ Gmail ବିପଦରେ ନାହିଁ ତ ?

ଡାଟା ଲିକକୁ ନେଇ ବର୍ତ୍ତମାନ ସମୟରେ ଅନେକ ଖବର ସାମ୍ନାକୁ ଆସୁଛି । ଏପରି ସ୍ଥିତିରେ ୟୁଜର୍ସଙ୍କୁ ନିଜର ଡାଟା ଲିକ ଚିନ୍ତା ଘାରିଛି । ତେବେ ନିଜର ଡାଟା ଲିକ ହୋଇଛି କି ନା, ତାହା କିପରି ଜାଣିବେ ? କିଛି ଦିନ ତଳେ ଟେକ ଦୁନିଆରେ ଘୂରି ବୁଲୁଥିବା ଖବର ମୁତାବକ, ପାଖାପାଖି ୧୪୯ ମିଲିୟନ ଇମେଲ ଓ ପାସଓ୍ବାର୍ଡସ ଇଣ୍ଟରନେଟଟରେ ଖୋଲାଖୋଲି ଭାବେ ଦେଖିବାକୁ ମିଳୁଛି । ପ୍ରଥମେ ତା ଏହା କୌଣସି ବଡ଼ ହ୍ୟାକ ପରି ଲାଗୁଥିଲା, ମାତ୍ର ଅସଲ କାହାଣୀ ସାମାନ୍ୟ ଅଲଗା । ରିପୋର୍ଟସ ମୁତାବକ, ଡାଟା କୌଣସି ଏକ କମ୍ପାନୀର ସଭର୍ରକୁ ଭାଙ୍ଗି ଚୋରି କରାଯାଇଛି । ବର୍ଷ ବର୍ଷ ଧରି ଅଲଗା ଓ୍ବେବସାଇଟ ଓ ଆପ୍ସରୁ ପୂର୍ବରୁ ଚୋରି ହୋଇଥିବା ଡାଟା ଲିକ୍ସକୁ ଯୋଡ଼ି ଏକ ବଡ଼ ଡାଟାବେସ ପ୍ରସ୍ତୁତ କରାଯାଇଛି । ସହଜ ଭାଷାରେ କହିବାକୁ ଗଲେ, ପୁରୁଣା ଚୋରିକୁ ଯୋଡ଼ି ଏକ ନୂଆ ଲିଷ୍ଟ ପ୍ରସ୍ତୁତ କରାଯାଇଛି ।

ଏହି କାରଣରୁ Gmail, Facebook, Instagram, Netflix, Paypal ପରି ପପୁଲାର ପ୍ଲାଟଫର୍ମର ୟୁଜର୍ସ ସେମାନଙ୍କ ଡାଟା ଚୋରିକୁ ନେଇ ଚିନ୍ତାରେ ରହିଛନ୍ତି ।

ପ୍ରକୃତ ବିପଦ କ’ଣ ?

ଯଦି ଆପଣଙ୍କ ଇମେଲ ଓ ପାସଓ୍ବାର୍ଡ କୌଣସି ପୁରୁଣା ଡାଟା ଲିକରେ ପୂର୍ବରୁ ଲିକ ହୋଇସାରିଥିବ ଓ ଆପଣ ସେହି ପାସଓ୍ବାର୍ଡ ଅନେକ ଜାଗାରେ ବ୍ୟବହାର କରିଥିବେ, ତେବେ ହ୍ୟାକର୍ସ ତାହାକୁ ଅନ୍ୟ ଆକାଉଣ୍ଟସରେ ମଧ୍ୟ ଟ୍ରାଏ କରି ପାରନ୍ତି । ଏହାକୁ କ୍ରେଡେନ୍ସିଆଲ ଶିଫ୍ଟିଂ ଆଟାକ କୁହାଯାଇଥାଏ । ଅର୍ଥାତ ସମସ୍ୟା କେବଳ ଏକ ଓ୍ବେବସାଇଟ ନୁହେଁ, ବରଂ ଆପଣଙ୍କ ପାସଓ୍ବାର୍ଡ ହ୍ୟାବିଟର ଅଟେ ।

ଡାଟା ଲିକ ହୋଇଥିଲେ ଜାଣିବେ କିପରି ?

Have I Been Pwned  ଓ୍ବେବସାଇଟ ଗ୍ଲୋବାଲ ସାଇବର ସିକ୍ୟୁରିଟି ଏକ୍ସପର୍ଟ Troy Hunt ପ୍ରସ୍ତୁତ କରିଛନ୍ତି । ଦୁନିଆର ବହୁ ବଡ଼ ବଡ଼ କମ୍ପାନୀ ମଧ୍ୟ ଏହା ଉପରେ ଭରସା କରୁଛନ୍ତି । ଏହା ପୂର୍ବରୁ ମଧ୍ୟ ଅନେକ ଥର ଡାଟା ଲିକ ସମୟରେ ଏହି ଓ୍ବେବସାଇଟ ବହୁତ ପପୁଲାର ହୋଇଛି । ଏହି ସାଇଟରେ ଆପଣଙ୍କ ନିଜର ଇମେଲ ଦେବାକୁ ପଡ଼ିଥାଏ । ଯଦି ଆପଣଙ୍କ ଇମେଲ କୌଣସି ବଡ଼ ଡାଟା ଲିକରେ ଥିବା ଜଣାପଡ଼ିବ, ତେବେ ଏହି ସାଇଟ ସଙ୍ଗେସଙ୍ଗେ କହିଦେଇଥାଏ । ଏହି ଓ୍ବେବସାଇଟ ବ୍ୟବହାର କରିବା ବହୁତ ସହଜ ଓ ଏହା ମାଗଣା ମଧ୍ୟ ହୋଇଥାଏ ।

Latest Posts

Don't Miss