spot_img

Latest Posts

ଆଜି ଓଡ଼ିଶା ବନ୍ଦ ; ସାରା ରାଜ୍ୟରେ ବନ୍ଦର ପ୍ରଭାବ ଦେଖିବାକୁ ମିଳିଛି

ଭୁବନେଶ୍ବର : ନବ ନିର୍ମାଣ କୃଷକ ସଂଗଠନ ପକ୍ଷରୁ ଓଡ଼ିଶା ବନ୍ଦ। ଚକ, ଅଖ ସବୁ ଜାମ୍ ଅଛି ଆଜି। ସାରା ରାଜ୍ୟରେ ବନ୍ଦର ପ୍ରଭାବ ଦେଖିବାକୁ ମିଳିଛି । ସଂଗଠନର କର୍ମୀମାନେ ସକାଳୁ ପିକେଟିଂ କରିବା ସହିତ ରାସ୍ତା ଅବରୋଧ କରିଛନ୍ତି । ମଣ୍ଡି ସମସ୍ୟା, ଟୋକନ ଟେନସନ, ମଣ୍ଡିରୁ ଧାନ ଉଠୁନଥିବାର ଚାଷୀ ହଇରାଣ ହେଉଛନ୍ତି, ପିୟୁସିସି ନାଁ ରେ ଲୋକଙ୍କଠାରୁ ଅଯୌକ୍ତିକ ଭାବେ ଫାଇନ ଆଦାୟ ଓ ଟାଟା ପାୱାର ଦ୍ଵାରା ସ୍ମାର୍ଟ ମିଟର ପ୍ରଚଳନ ପ୍ରତିବାଦରେ ଏହି ବନ୍ଦ ପାଳନ କରୁଛି ନବ ନିର୍ମାଣ କୃଷକ ସଂଗଠନ ।

ସକାଳ ୬ଟାରୁ ଆରମ୍ଭ ହୋଇଥିବା ଏହି ଆନ୍ଦୋଳନ ଅପରାହ୍ନ ୨ଟା ଯାଏ ଚାଲିବ । ବନ୍ଦକୁ ସାଧାରଣ ଲୋକେ ବି ସ୍ଵତଃପ୍ରବୃତ୍ତ ଭାବେ ସମର୍ଥନ କରୁଥିବାର ଦେଖିବାକୁ ମିଳୁଛି । କାରଣ ଯେଉଁ ସବୁ ପ୍ରସଙ୍ଗକୁ ନେଇ ଏହି ଆନ୍ଦୋଳନ କରାଯାଉଛି, ସେଥିରେ ସାଧାରଣ ଲୋକେ ଆକ୍ତାମାକ୍ତା ହୋଇଗଲାଣି । ତେବେ ଗାଡ଼ି ମଟର ଚଳାଚଳ ବନ୍ଦ ଥିବାରୁ ଲୋକେ ଯିବା ଆସିବାରେ ଅସୁବିଧାର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳିଛି ।

Latest Posts

Don't Miss