spot_img

Latest Posts

ବେଲଘର ରେଞ୍ଚ ଅଞ୍ଚଳରେ ହାତୀ ମୃତ୍ୟୁ ଘଟଣା, ନିଲମ୍ବନ ପରେ ରେଞ୍ଜର ଫେରାର

ବେଲଘର ରେଞ୍ଚ ଅଞ୍ଚଳରେ ହାତୀ ମୃତ୍ୟୁ ଘଟଣା, ନିଲମ୍ବନ ପରେ ରେଞ୍ଜର ଫେରାର

ନନ୍ଦିଘୋଷ ବ୍ୟୁରୋ: ବେଲଘର ରେଞ୍ଜରେ ହାତୀ ମୃତ୍ୟୁ ଘଟଣା । ମୃତ ହାତୀକୁ ୩୨ ଖଣ୍ଡ କରି ମାଟି ତଳେ ପୋତି ଦେଇଥିଲେ ରେଞ୍ଜର । ନିଲମ୍ବନ ପରେ ବେଲଘର ରେଞ୍ଜର ବିନୟ କୁମାର ବିଶି ଫେରାର୍ । ଗିରଫ ଭୟରେ ଫେରାର୍ ହୋଇଯାଇଥିବା ଜଣାପଡ଼ିଛି । ହାତୀ ମୃତ୍ୟୁ ଘଟଣାକୁ ଚପାଇ ଦେବାକୁ ଉଦ୍ୟମ କରିଥିଲେ ରେଞ୍ଜର । ଏଯାଏଁ ତାଙ୍କର ଟେର୍ ପାଉନି ବନ ବିଭାଗ ।

ବନ ବିଭାଗର ୮ ଜଣ ସ୍କ୍ୱାର୍ଡ କର୍ମଚାରୀଙ୍କୁ ପଚରାଉଚରା କରି ନୋଟିସରେ ଛାଡ଼ିଯାଇଥିବା ବେଳେ ତଦନ୍ତ ଜାରି ରହିଛି । ଘଟଣାରେ ଯିଏ ବି ସମ୍ପୃକ୍ତ ସେମାନଙ୍କ ବିରେଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବ୍ରହ୍ମପୁର ଆରସିସିଏଫ୍ କହିଛନ୍ତି ।

ସେପଟେ ଘଟଣାରେ ପ୍ରତିକ୍ରିୟା ରଖିଛନ୍ତି ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ । ସେ କହିଛନ୍ତି, ବନ ବିଭାଗ ତତ୍ପରତା ଦେଖାଉଛି । ଯେତେ ଦୋଷୀ ଅଛନ୍ତି ସମସ୍ତଙ୍କୁ ଧରାଯିବ । ଟିମ୍ ଗଠନ କରାଯାଇଛି, କାର୍ଯ୍ୟାନୁଷ୍ଠାନ ନିଆଯିବ । ଯେଉଁ ଜେସିବି ସାହାଯ୍ୟରେ ଗାତ ଖୋଲା ଯାଇଛି, ତାହାକୁ ସିଜ କରାଯିବା ସହ ୧୦ ଜଣଙ୍କୁ ଗିରଫ କରାଯାଇଛି । ଯିଏ ବି ସଂପୃକ୍ତ ଥିବେ ସେମାନଙ୍କ ସମ୍ପତି ଜବତ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି ।

Latest Posts

Don't Miss