ରାଜ୍ୟର ବିକାଶ ପୁରୁଷ କହିଲେ ନବୀନ ପଟ୍ଟନାୟକ। ତାଙ୍କ ମୁଖ୍ୟମନ୍ତ୍ରୀତ୍ବ ସମୟରେ ମହିଳାଙ୍କ ଆର୍ଥିକ ବିକାଶ ସହିତ ସବୁ କ୍ଷେତ୍ରରେ ରାଜ୍ୟ ଏକ ନମ୍ବର ସ୍ଥାନ ପାଇଥିଲା। ଏଭଳି ନେତାଙ୍କ ବିରୋଧରେ ଏକତରଫା ଭାବେ ରାଜ୍ୟର ଦୁଇଟି ନ୍ୟୁଜ ଚାନେଲେ କିପରି ଖବର ପ୍ରସାରଣ କଲେ? ନବୀନ ପଟ୍ଟନାୟକ ହିଞ୍ଜିଳିରୁ ଲଗାତାର ୬ ଥର ନିର୍ବାଚିତ ହୋଇ ହିଞ୍ଜିଳିବାସୀଙ୍କ ବିକାଶ ପାଇଁ ଦୀର୍ଘ ୨୭ ବର୍ଷ ଧରି ସେବା କରିଆସୁଛନ୍ତି। ଅଥଚ ଏଭଳି ବିକାଶ ପୁରୁଷଙ୍କ ବିରୋଧରେ ଯଦି କେହି ଅଭିଯୋଗ ଆଣୁଛି ସେ ଖବର ପ୍ରସାରଣ ପୂର୍ବରୁ କାହିଁକି ବିଜେଡିର ପ୍ରତିକ୍ରିୟା ନିଆଗଲାନି ବୋଲି ଦଳୀୟ ମୁଖପାତ୍ର ପ୍ରଶ୍ନ କରିଛନ୍ତି। ଶିଶିର ଅଭିଯୋଗ କରିଥିଲେ ୨୦୨୪ରେ ହିଞ୍ଜିଳିର ବିଧାୟକ ଭାବେ ନିର୍ବାଚିତ ହେବା ପରେ ୧୮ ମାସ ହେଲାଣି ନବୀନ ତାଙ୍କ ନିର୍ବାଚନମଣ୍ଡଳୀ ଗସ୍ତ କରିନାହାନ୍ତି। ଏହା ସମ୍ପୂର୍ଣ୍ଣ କପୋଳକଳ୍ପିତ ବୋଲି ବିଜେଡି ସ୍ପଷ୍ଟ କରିଛି। ବିଜେଡି ସଭାପତି ନବୀନ ପଟ୍ଟନାୟକ ଅଦିନିଆ ବର୍ଷାରେ କ୍ଷୟକ୍ଷତି ହୋଇଥିବା ଚାଷୀଙ୍କ ଦୁଃଖ ବୁଝିବାକୁ ସେହିବର୍ଷ ଡିସେମ୍ବର ୩୦ ତାରିଖରେ ନିର୍ବାଚନମଣ୍ଡଳୀ ଗସ୍ତ କରି ଚାଷୀଙ୍କ ଦୁଖ ବୁଝିଥିଲେ। ହିଞ୍ଜିଳି ଓ ସେରଗଡ଼ରୁ ନିୟମିତ ଲୋକେ ଆସି ନବୀନଙ୍କୁ ଭେଟି ସେମାନଙ୍କ ସମସ୍ୟା ସମ୍ପର୍କରେ ଆଲୋଚନା କରିଆସୁଛନ୍ତି। ଏବେ ବି ଲୋକଙ୍କ ହୃଦୟରେ ନବୀନଙ୍କ ପାଇଁ ସ୍ବତନ୍ତ୍ର ସ୍ଥାନ ରହିଛି। ହେଲେ ସେଇ ବିକାଶ ପୁରୁଷ ବିରୋଧରେ ଏପରି କାହିଁକି ନିମ୍ମମାନର ଟିପ୍ପଣୀକୁ ଗୁରୁତ୍ବ ଦେଇ ପ୍ରସାରଣ କରାଯାଉଛି ତାକୁ ନେଇ ବିଜେଡି ସମାଲୋଚନା କରିଛି।

