spot_img

Latest Posts

ଗୋଆ ନିଶା ପଦାର୍ଥର ଓଡ଼ିଶାରେ ଡିମାଣ୍ଡ, ୭ ରାଜ୍ୟରେ ଚଢ଼ାଉ ବେଳେ ମିଳିଲା ସାଙ୍ଘାତିକ ସୁରାଗ

ଭୁବନେଶ୍ୱର : ବିଷ ବଳୟରେ ବିଷାକ୍ତ ହୋଇଗଲାଣି ଓଡ଼ିଶା । ସାପ ଗରଳ ଠୁ ବି ଭୟଙ୍କର ନିଶା ଖୋଜୁଛନ୍ତି ନିଶାଡ଼ୀ । ୭ ରାଜ୍ୟରେ ଚଢ଼ାଉ ବେଳେ ମିଳିଲା ସାଙ୍ଘାତିକ ସୁରାଗ । ସହର ବଦଳିବା ସାଙ୍ଗକୁ ବଦଳୁଛି ସହରୀ ଲାଇଫଷ୍ଟାଇଲ । ପାଶ୍ଚାତ୍ୟ ସଭ୍ୟତାରେ ତାଳ ଦେବାକୁ ଯାଇ ବିଦେଶୀ ନିଶା ଖାଇ ଝୁମୁଛନ୍ତି ଯୁବପିଢ଼ି । ଗୋଆରେ ଏକ ନାର୍କୋଟିକ୍ସ ଓ ମନି ଲଣ୍ଡରିଂ ସମ୍ବନ୍ଧିତ କେସର ତଦନ୍ତ କରିବାକୁ ଯାଇ ଏଭଳି କିଛି ସୁରାଗ ପାଇଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ବା ଇଡି । ଗୋଆରୁ ଓଡ଼ିଶାକୁ ଲମ୍ବିଛି ନିଶା ସିଣ୍ଡିକେଟର ଚେର । ଓଡ଼ିଶା ସମେତ ୭ ରାଜ୍ୟର ୨୬ ଟି ସ୍ଥାନରେ ଚଢ଼ାଉ କରିଛି ଇଡି । ନଗଦ ୩ କୋଟି ଟଙ୍କା ସହ ଜବତ ହୋଇଛି ପୁଳା ପୁଳା ନିଶା ଦ୍ରବ୍ୟ । ଜଣେ ଅଭିଯୁକ୍ତକୁ ଏହି ଘଟଣାରେ ଗିରଫ ପରେ ୭ ଦିନିଆ ରିମାଣ୍ଡରେ ନେଇ ଚାଲିଛି ଅନ୍ତର୍ଜାତୀୟ ଲିଙ୍କର ଖୋଳତାଡ଼ ।

ଭୁବନେଶ୍ୱରରେ ପହଞ୍ଚି ୩୦ ରୁ ଉର୍ଦ୍ଧ୍ବ ଅଧିକାରୀ କରିଛନ୍ତି ସରଜମିନ ଯାଞ୍ଚ । ଲାଗେଜ କ୍ୟାରିୟର ଠାରୁ ବ୍ୟାଗେଜ ସ୍କାନର ଯାଏଁ ସବୁର ହୋଇଛି ଯାଞ୍ଚ । ସେପଟେ ଭୁବନେଶ୍ୱର ବିମାନବନ୍ଦର ବର୍ତ୍ତମାନ ନିଶା ମାଫିଆଙ୍କ ପାଇଁ ଏକ ସେଫ ପ୍ଲେସ ପାଲଟିଛି । କେତବେଳେ ମାରୁୱାନା ତ ଆଉ କେତେବେଳେ ସିନ୍ଥେଟିକ୍ ଡ୍ରଗ୍ସ ଠାବ ହେଉଛି । କଡ଼ା ସୁରକ୍ଷା ବଳୟକୁ ଭେଦ କରି କିଛିଦିନ ବ୍ୟବଧାନରେ ଧରାପଡୁଛି ହାଇଡ୍ରଫୋନିକ ଉଇଡ । ଥାଇଲାଣ୍ଡ, ମିଆଁମାରରୁ ଅନ୍ୟ ରାଜ୍ୟକୁ ନିଶା ଚାଲାଣ ହେଉଥିବା ବେଳେ ଭାୟା ପାଲଟିଛି ଭୁବନେଶ୍ୱର ଏୟାରପୋର୍ଟ । ଓଡ଼ିଶା ଭିତରକୁ ନିଶା ଚାଲାଣ କଥା ସାମ୍ନାକୁ ଆସିଲେ, ନୋଡାଲ ଏଜେନ୍ସି ଭାବେ କାମ କରୁଛି STF । କିନ୍ତୁ ବାରମ୍ବାର ଏଭଳି ଘଟଣାର ପୁନରାବୃତ୍ତି ହେବା STF ପାଇଁ ମଧ୍ୟ ସୃଷ୍ଟି କରିଛି ବଡ଼ ଚ୍ୟାଲେଞ୍ଜ।

Latest Posts

Don't Miss