spot_img

Latest Posts

ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଭାବେ ଦାୟିତ୍ବ ଗ୍ରହଣ କଲେ ନିତିନ ନବୀନ

ବିଜେପିରେ ଆରମ୍ଭ ହେଲା ନବୀନ ଯୁଗ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପସ୍ଥିତିରେ ନିତିନ ନବୀନ ବିଧିବଦ୍ଧ ଭାବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଭାବେ ଦାୟିତ୍ଵ ଗ୍ରହଣ କରିଛନ୍ତି। ପୂର୍ବତନ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ଠାରୁ ନୀତୀନ ନବୀନ ଦାୟିତ୍ୱ ନେଇଛନ୍ତି। ଦାୟିତ୍ୱ ନେବା ପରେ ବିଜେପିରେ ନବୀନ ଯୁଗ ଆରମ୍ଭ ହୋଇଛି।ବିଜେପି ଇତିହାସରେ ନୀତୀନ ନବୀନ ସବୁଠାରୁ କନିଷ୍ଠ ସଦସ୍ୟ ଭାବେ ଅଧ୍ୟକ୍ଷ ପଦ ଗ୍ରହଣ କରିଛନ୍ତି। ଅଧ୍ୟକ୍ଷ ପଦ ପାଇଁ ବିଜେପି ନିର୍ବାଚନ ତାରିଖ ଘୋଷଣା କରିଥିଲେ ହେଁ ଏକମାତ୍ର ପ୍ରାର୍ଥୀ ଭାବେ ନାମାଙ୍କନ ଭରିଥିଲେ ନୀତୀନ ନବୀନ। ସେ ଏକମାତ୍ର ପ୍ରାର୍ଥୀ ରହିଥିବାରୁ ବିନା ନିର୍ବାଚନରେ ଅଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଥିଲେ। ନୀତୀନ ନାମାଙ୍କନ ବେଳେ ୩୭ ସେଟ୍ ସମର୍ଥନର ପତ୍ର ଦାଖଲ ହୋଇଥିଲା।

ଖୋଦ୍ ପ୍ରଧାନମନ୍ତ୍ରୀ ମୋଦି ତାଙ୍କ ପ୍ରସ୍ତାବକ ରହିଥିଲେ। ଏହାବାଦ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ ମଧ୍ୟ ନୀତୀନଙ୍କ ପାଇଁ ସମର୍ଥନ ପତ୍ର ବିଜେପିର ନିର୍ବାଚନ ଅଧିକାରୀଙ୍କ ନିକଟରେ ଦାଖଲ କରିଥିଲେ। ଅଧ୍ୟକ୍ଷ ହେବା ପୂର୍ବରୁ ଡିସେମ୍ବର ୧୪ରେ ନୀତୀନ ନବୀନଙ୍କୁ ଦଳର କାର୍ଯ୍ୟକାରୀ ରାଷ୍ଟ୍ରୀୟ ଅଧ୍ୟକ୍ଷ ଭାବେ ଦାୟିତ୍ୱ ପ୍ରଦାନ କରାଯାଇଥିଲା। ଏବେ ସେ ବିଧିବଦ୍ଧ ଭାବେ ଅଧ୍ୟକ୍ଷ ପଦ ସମ୍ଭାଳିଛନ୍ତି। ଅଧ୍ୟକ୍ଷ ପଦ ଗ୍ରହଣ କରିବା ପୂର୍ବରୁ ନୀତୀନ ଦିଲ୍ଲୀର ବିଭିନ୍ନ ପ୍ରସିଦ୍ଧ ମନ୍ଦିର ସମେତ ଗୁରୁଦ୍ୱାର ବଙ୍ଗଲା ସାହିବ ଯାଇଥିଲେ ଏହାପରେ ସେ ବିଜେପି ମୁଖ୍ୟାଳୟରେ ପହଞ୍ଚିଥିଲେ। ତାଙ୍କୁ ସେଠାରେ ଭବ୍ୟ ସ୍ୱାଗତ କରାଯାଇଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହମନ୍ତ୍ରୀ ଅମିତ ଶାହ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଓ କେନ୍ଦ୍ର ପରିବହନ ମନ୍ତ୍ରୀ ନୀତୀନ ଗଡକରୀ ପ୍ରମୁଖ ବିଜେପି ମୁଖ୍ୟାଳୟରେ ନିତିନ ନବୀନଙ୍କୁ ସ୍ୱାଗତ କରିଥିଲେ। ୪୫ ବର୍ଷୀୟ ନୀତୀନ ନବୀନ ସବୁଠାରୁ କନିଷ୍ଠ ସଦସ୍ୟ ଭାବେ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ହେବାର ରେକର୍ଡ କରିଛନ୍ତି। ସେ ହେଉଛନ୍ତି ବିଜେପି ନେତା ତଥା ପୂର୍ବତନ ବିଧାୟକ ନବୀନ କିଶୋର ପ୍ରସାଦ ସିହ୍ନାଙ୍କ ପୁଅ। ବିହାରର ବାଙ୍କିପୁର ବିଧାନସଭା ଆସନରୁ କ୍ରମାଗତ ୫ଥର ଜିତିଛନ୍ତି ନବୀନ। ଏଯାଏ ସେ କେବେ ବି ପରାଜିତ ହୋଇନାହାନ୍ତି।

Latest Posts

Don't Miss