ଚଣ୍ଡୀଖୋଲ : ଜମୁଛି ପ୍ରସିଦ୍ଧ ଓଳାଶୁଣୀ ଗୁମ୍ଫା ମେଳା। ଯାଜପୁର ଜିଲ୍ଲାର ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳୀ ଓଳାଶୁଣୀ ପୀଠ। ସନ୍ଥ ଅରକ୍ଷିତ ଦାସଙ୍କ ବ୍ରହ୍ମଲୀନ ଦିବସରେ ପବିତ୍ର ଓଳାଶୁଣୀ ଗୁମ୍ଫା ମେଳା ଅନୁଷ୍ଠିତ ହୋଇଥାଏ। ଚଳିତ ବର୍ଷ ୧୮୯ ତମ ଓଳାଶୁଣୀ ଗୁମ୍ଫା ମେଳା ଅନୁଷ୍ଠିତ ହେଉଛି। ଓଳାଶୁଣୀ ପାହାଡ଼ ଶୀର୍ଷରେ ଥିବା ସନ୍ଥ ଅରକ୍ଷିତ ଦାସଙ୍କ ମନ୍ଦିରରେ ଭକ୍ତଙ୍କ ଭିଡ ଦେଖିବାକୁ ମିଳୁଛି । ବିଭିନ୍ନ ସ୍ଥାନରୁ ସାଧୁ ସନ୍ଥ ମାନେ ପହଞ୍ଚିଥିବାବେଳେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଛି। । ଏହି ଦିନ ସନ୍ଥ ଅରକ୍ଷିତ ଦାସଙ୍କୁ ଦର୍ଶନ କଲେ ଶ୍ରୀକ୍ଷେତ୍ର ଦର୍ଶନର ପୁଣ୍ୟ ମିଳେ ବୋଲି ବିଶ୍ଵାସ ରହିଛି। ଦର୍ଶନ ପାଇଁ ରାଜ୍ୟ ଓ ରାଜ୍ୟ ବାହାରୁ ଶ୍ରଦ୍ଧାଳୁଙ୍କ ସୁଅ ଛୁଟୁଛି ।
ଓଳାଶୁଣି ମେଳାର ମୁଖ୍ୟ ଆକର୍ଷଣ ପୋଡ଼ ପିଠା । ଏହି ପୋଡ଼ ପିଠାର ରହିଛି ଅନେକ ମାହାତ୍ମ୍ୟ। ସନ୍ଥ ଅରକ୍ଷିତ ଦାସଙ୍କ ପ୍ରିୟ ଖାଦ୍ୟ ପୋଡ଼ ପିଠା ହୋଇଥିବାରୁ ଏଠାରେ ପୋଡ଼ ପିଠା ଭୋଗ ଲାଗି କରାଯାଇ ଥାଏ। ସେଥିପାଇଁ ବର୍ଷ ତମାମ ଏଠାରେ ପୋଡ଼ ପିଠା ବିକ୍ରି କରାଯାଇ ଥାଏ। ଏହି ଭୋଗ ଲାଗି କଲେ ସମସ୍ତ ମାନସିକ ପୂରଣ ହୁଏ ବୋଲି ବିଶ୍ବାସ ରହିଛି। ୧୦ ଦିନ ଧରି ଓଳାଶୁଣୀ ଗୁମ୍ଫା ମେଳା ଅନୁଷ୍ଠିତ ହେଉଥିବାରୁ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି।

