spot_img

Latest Posts

ଗ୍ରୀନଲ୍ୟାଣ୍ଡ ଲାଗି ମେଣ୍ଟ ! ଆମେରିକାକୁ ସହାୟତା ଦେବାକୁ ଆଗେଇ ଆସିଛି ଫ୍ରାନ୍ସ

ନନ୍ଦିଘୋଷ ବ୍ୟୁରୋ: ଗ୍ରୀନଲ୍ୟାଣ୍ଡକୁ ନେଇ ଏକାଠି ହେବାରେ ଲାଗିଛନ୍ତି ଶକ୍ତିଶାଳୀ ରାଷ୍ଟ୍ର  । ୟୁରୋପୀୟ ରାଷ୍ଟ୍ର ପକ୍ଷରୁ ଚାଲିଥିବା ସାମରିକ କାର୍ଯ୍ଯାନୁଷ୍ଠାନ ଲାଗି ଅଧିକ ଜଳ, ସ୍ଥଳ ଓ ବାୟୁସେନାକୁ ପଠାଇବା ଲାଗି ଘୋଷଣା କରିଛନ୍ତି ଫ୍ରାନ୍ସ ରାଷ୍ଟ୍ରପତି ଏମାନୁଏଲ ମାକ୍ରନ  । ଗ୍ରୀନଲ୍ୟାଣ୍ଡ ଉପରେ ଆମେରିକା ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପଙ୍କ ଆଖି ପଡ଼ିଥିବାବେଳେ ଆମେରିକାକୁ ସହାୟତା ଦେବାକୁ ଆଗେଇ ଆସିଛନ୍ତି ଫ୍ରାନ୍ସ  । ଗ୍ରୀନଲ୍ୟାଣ୍ଡ ନିକଟରେ ଏବେ ଫ୍ରାନ୍ସର ଏକ ମିଲିଟାରୀ ଟିମ୍ ରହିଛନ୍ତି  ।

ଗ୍ରୀନଲ୍ୟାଣ୍ଡକୁ ଅଧିକ ନାଟୋ ବାହିନୀ ପଠାଯିବା ସହ ସେଠାରେ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଲାଗି ପଦକ୍ଷେପ ନିଆଯାଉଛି  । ଫ୍ରାନ୍ସ ପରି ଜର୍ମାନୀ, ଫିନଲ୍ୟାଣ୍ଡ, ଆଇସଲ୍ୟାଣ୍ଡ, ନରଓ୍ବେ ଓ ସୁଇଡେନ ପରି ରାଷ୍ଟ୍ରମାନେ ମଧ୍ଯ ସମରାଭ୍ୟାସରେ ସାମିଲ ହୋଇପାରନ୍ତି  । ତେବେ ପୋଲାଣ୍ଡ ନିଜର ସୈନ୍ୟ ପଠାଇବ ନାହିଁ ବୋଲି ସୂଚନା ମିଳିଛି  । ପୋଲାଣ୍ଡ ପ୍ରଧାନମନ୍ତ୍ରୀ ଡୋନାଲଡ ଟସ୍କ କହିଛନ୍ତି ଗୋଟିଏ ନାଟୋ ରାଷ୍ଟ୍ର ଉପରେ ଅନ୍ୟ ଏକ ନାଟୋ ରାଷ୍ଟ୍ରର ଆକ୍ରମଣ ରାଜନୈିତିକ ବିପର୍ଯ୍ୟୟ ସୃଷ୍ଟି କରିବ  । ରୁଷ ଓ ଚୀନର ଆଧିପତ୍ୟର ମୁକାବିଲା ଲାଗି ଗ୍ରୀନଲ୍ୟାଣ୍ଡକୁ ନିଜ କବଳକୁ ନେବା ଲାଗି ଚାହୁଁଛନ୍ତି ଟ୍ରମ୍ପ  । ତେଣେ ଆଲୋଚନାକୁ ପ୍ରାଧାନ୍ୟ ଦେଇଛନ୍ତି ଗ୍ରୀନଲ୍ୟାଣ୍ଡ ପ୍ରଧାନମନ୍ତ୍ରୀ ଡେନ୍ସ ଫ୍ରେଡରିକ ନେଲସନ  ।

Latest Posts

Don't Miss