spot_img

Latest Posts

ଡନ୍ ବନିବା ନିଶାରେ ପାଗଳ ଯୁବପିଢି, ଭାଇଗିରି ପାଇଁ ହାତରେ ଖଣ୍ଡା ଧରି ବୁଲୁଛନ୍ତି

ଭୁବନେଶ୍ୱର : ପାଗଳ କରିଛି ଟାଉନ ଟାଇଗର ବନିବାର ସ୍ୱପ୍ନ । ପାଠପଢ଼ା ବୟସରେ ଆଇନକୁ ହାତକୁ ନେଉଛନ୍ତି । ଭାଇଗିରି ପାଇଁ ହାତରେ ଖଣ୍ଡା ଧରି ବୁଲୁଛନ୍ତି । ବିଚ ରାସ୍ତାରେ ଉଠା ଦୋକାନିଙ୍କୁ ଖଣ୍ଡାରେ ଚୋଟ ପକାଇବା ପରେ ଖୁଲମଖୁଲା ଧମକ । କୌଣସି ଉପାନ୍ତ ଅଞ୍ଚଳ ନୁହେଁ ବରଂ ଖୋଦ ଭୁବନେଶ୍ୱର ବିଧାନସଭା ସମ୍ମୁଖ ଆଇଜି ପାର୍କ ନିକଟରେ ଘଟିଛି ଏହି ଘଟଣା । ଦୋକାନ ପକାଇବାକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ହୋଇଛି ଗଣ୍ଡଗୋଳ । ହାତରେ ଖଣ୍ଡାଧରି ଡନ ବନିବାର ନିଶା ପାଗଳ କରିବା ପରେ ହିତାହିତ ଜ୍ଞାନ ଭୁଲିଯାଇଛନ୍ତି ଦୁର୍ବୃତ୍ତ । ଏ ନେଇ କ୍ୟାପିଟାଲ ଥାନାରେ ଏତଲା ପରେ ଆକ୍ସନ ମୋଡ଼କୁ ଆସିଛି ପୋଲିସ । ଅଭିଯୁକ୍ତକୁ ଗିରଫ କରିବା ସହ ତାଠୁ ଜବତ କରିଛି ମାରଣାସ୍ତ୍ର।

ଏୟାରପୋର୍ଟ ଅଞ୍ଚଳରେ ଦାଦାବଟି ମାଗିବାକୁ କେନ୍ଦ୍ରକରି ଗଣ୍ଡଗୋଳ ହୋଇଛି । କେବଳ ଏହି ଗୋଟିଏ ଘଟଣା ନୁହେଁ, କିଛିଦିନ ତଳେ ନୟାପଲ୍ଲୀରେ ଘଟିଥିବା ମର୍ଡର କେସରେ ମଧ୍ୟ ଆଇନକୁ ହାତକୁ ନେଇଥିଲେ ଯୁବପିଢି । ଖଣ୍ଡାରେ ହାଣି ଜଣଙ୍କର ଜୀବନ ନେଇଯାଇଥିଲେ । ଠିକ ସମାନ ଢଙ୍ଗରେ ଚିନ୍ତାମଣିଶ୍ୱର ଅଞ୍ଚଳରେ କିଛି ନାବାଳକ ପ୍ରଥମେ ଗୋଶାଳାକୁ କେନ୍ଦ୍ରକରି ହଣାକଟା ଓ ପରେ ପୁରୁଣା ବିଏମସି ଅଫିସ ସମ୍ମୁଖରେ ବୋମା ଫୁଟି ରକ୍ତାକ୍ତ ହୋଇଥିଲେ ୨ ଯୁବକ । କୋମଳମତି ବୟସରେ କରିତକର୍ମାଙ୍କ ଠାରୁ ଅଧିକ କ୍ରାଇମ କରି ମୁଣ୍ଡବିନ୍ଧାର କାରଣ ପାଲଟିଛନ୍ତି ନାବାଳକ । ଗୋଟିଏ ପଟେ କମିଶନରେଟ ପୋଲିସ We care, We dare ର ନାରା ଦେଉଛି । ଅନ୍ୟପଟେ ଯୁବପିଢିଙ୍କ ଏହି ଅଜବ ନିଶା ପୋଲିସ ପାଇଁ ସୃଷ୍ଟି କରିଛି ବଡ଼ ଚ୍ୟଲେଞ୍ଜ।

Latest Posts

Don't Miss