ନନ୍ଦିଘୋଷ ବ୍ୟୁରୋ : କଟକ ବଡ ମେଡିକାଲରେ ସ୍ୱାସ୍ଥ୍ୟସେବାର ବିକଳ ଚିତ୍ର । ମେଡିକାଲ ବାରଣ୍ଡାରେ ଚାଲିଛି ରୋଗୀ ଚିକିତ୍ସା । ରୋଗୀ ମାନଙ୍କ ପାଇଁ ୱାର୍ଡରେ ବେଡ୍ ନଥିବାରୁ ବାଧ୍ୟ ହୋଇ ରୋଗୀ ମାନଙ୍କ ଚିକିତ୍ସା ବାରଣ୍ଡାରେ ହେଉଛି । ରାଜ୍ୟରେ ଶୀତ ପ୍ରବଳ ଅନୁଭୂତ ହେଉଥିବା ବେଳେ ଏହି ଶୀତ ଦିନରେ ରୋଗୀ ମାନେ ତଳେ ପଡି ରହୁଛନ୍ତି । ରାଜ୍ୟର କୋଣ ଅନୁକୋଣରୁ ପ୍ରତ୍ୟେକ ଦିନ ହଜାର ହଜାର ରୋଗୀ କଟକ ବଡ ମେଡିକାଲକୁ ଚିକିତ୍ସା ପାଇଁ ଆସୁଥିବାବେଳେ ଏଭଳି ବ୍ୟବସ୍ଥାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ନିକଟ ଅତୀତରେ ଛାତରୁ ସିଲିଂ ଖସି ଜଣେ ରୋଗୀଙ୍କ ମୁଣ୍ଡରେ ଆଘାତ ଲାଗିଥିଲା । ତେବେ ବାରମ୍ବାର ଏଭଳି ଘଟଣା ଘଟୁଥିଲେ ମଧ୍ୟ ମେଡିକାଲ କର୍ତ୍ତୃପକ୍ଷ ଚୁପ ବସିଛନ୍ତି ।

