spot_img

Latest Posts

ଆଜି ୧୨ ଘଣ୍ଟିଆ ନବରଙ୍ଗପୁର ବନ୍ଦ; ଜିଲ୍ଲାରେ ମଣ୍ଡି ଅଚଳାବସ୍ତାକୁ ନେଇ ଜିଲ୍ଲା ବିଜେଡି ପକ୍ଷରୁ ବନ୍ଦ ଡାକରା

ନନ୍ଦିଘୋଷ ବ୍ୟୁରୋ : ମଣ୍ଡି ସମସ୍ୟା ନେଇ ନବରଙ୍ଗପୁରର ସାତଟି ବ୍ଲକରେ ବିଜେଡିର ଚକା ଜାମ । ମଣ୍ଡିରେ ଧାନ ନ ଉଠିବା ଚାଷୀ ଧାନ ବିକ୍ରି ନ କରି ହଇରାଣ ହେଉଥିବା ଅଭିଯୋଗ କରି ପ୍ରତିବାଦରେ ରାଜରାସ୍ତାକୁ ଓହ୍ଲାଇଛି ନବରଙ୍ଗପୁର ଜିଲ୍ଲା ବିଜେଡି । ଜିଲ୍ଲା ବିଜେଡି ତରଫରୁ ନବରଙ୍ଗପୁର ଜିଲ୍ଲାର ସାତ ଗୋଟି ବ୍ଲକ ରେ ଚକ ଅଖ ଜାମ କରାଯାଇଛି । ଚାଉଁରିଆଗୁଡା ଓ ମାଝୀଗୁଡା ଛକ ଠାରେ ରାସ୍ତା ଅବରୋଧ କରାଯାଇଛି। ଫଳରେ ଗାଡି ଗୁଡିକ ଅଟକି ରହିଛି । ଦୋକାନ ବଜାର ଖୋଲା ରହିବା ସହିତ ଜରୁରୀ କାଳୀନ ସେବା ବନ୍ଦରୁ ବାଦ ଦିଆଯାଇଛି

ରାଜ୍ୟ ସରକାର ମିଛ ପ୍ରତିଶୃତି  କ୍ଷମତା କୁ ଆସିଥିବାବେଳେ ବର୍ତ୍ତମାନ ଚାଷୀ ଙ୍କୁ ସମସ୍ୟା ଭିତର କୁ ଠେଲି ଦେଇଥିବା ଅଭିଯୋଗ ହୋଇଛି। ଜିଲ୍ଲାରେ ଧାନମଣ୍ଡିରେ ଅଚଳାବସ୍ଥା, ଚାଷୀଙ୍କ ଧାନ ବିକିବାକୁ ନେଇ ବିଭିନ୍ନ ପ୍ରକାର ସମସ୍ୟା ହେଉଛି। ମଣ୍ଡି ଆରମ୍ଭରୁ ବିଭ୍ରାଟ ଦେଖାଯାଇଛି।  ସବୁ ମଣ୍ଡିରେ ପଡ଼ିରହିଛି ହଜାର ହଜାର ବସ୍ତା ଧାନ। କଟନି ଛଟନିରେ ଅତିଷ୍ଠ ଚାଷୀ। ସରକାରଙ୍କ ଚାଷୀ ମାରଣ  ନୀତି ବିରୋଧରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରିବେ ବୋଲି ବିଜେଡି ନେତା କହିଛନ୍ତି।

Latest Posts

Don't Miss