ଭୁବନେଶ୍ବର : ଆଜି ବିଜୁ ଜନତା ଦଳର ପ୍ରତିଷ୍ଠା ଦିବସ। ୨୮ ବର୍ଷ ଅତିକ୍ରମ କରି ୨୯ ବର୍ଷରେ ପାଦ ଦେଇଛି ବିଜୁ ଜନତା ଦଳ। ରାଜ୍ୟର ସ୍ବାର୍ଥ ପାଇଁ ଲଢ଼େଇ ଜାରି ରଖିବାକୁ ଦଳ ପୁଣି ଥଣେ ସଂକଳ୍ପ ନେବ। ଚଳିତ ବର୍ଷ ସେବା, ସ୍ୱାଭିମାନ ଓ ସଂଗ୍ରାମର ବାର୍ତ୍ତା ଦେଇ ବିଜେଡି ପାଳନ କରୁଛି ୨୯ ତମ ପ୍ରତିଷ୍ଠା ଦିବସ। ଏହି ଅବସରରେ ବିରୋଧୀ ଦଳ ନେତା ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଯୋଗ ଦେଇ ଦଳୀୟ ନେତା ଓ କର୍ମୀଙ୍କୁ ଉଦବୋଧନ ଦେବେ।
ଶଙ୍ଖ ଭବନରେ ଆୟୋଜିତ ଉତ୍ସବରେ ଯୋଗଦେଇ ସମସ୍ତଙ୍କୁ ସେବାର ଗୁରୁମନ୍ତ୍ର ଦେବେ ସୁପ୍ରିମୋ। ଭୁବନେଶ୍ବରର ତିନି ନିର୍ବାଚନ ମଣ୍ଡଳୀରୁ ସମର୍ଥକମାନେ ଶୋଭାଯାତ୍ରାରେ ବାହାରି ଶଙ୍ଖ ଭବନରେ ପହଞ୍ଚିବେ । ବିମାନ ବନ୍ଦର ଛକରେ ଥିବା ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବେ ଦଳୀୟ ନେତା ଓ କର୍ମୀ। ରାଜ୍ୟବ୍ୟାପୀ ବିଜେଡିର ଏହି ପ୍ରତିଷ୍ଠା ଦିବସ ପାଳନ କରାଯାଉଛି। ଆଗାମୀ ଦିନରେ ବିଜେଡି ଜନକଲ୍ୟାଣ ପାଇଁ ନିଜକୁ ଉତ୍ସର୍ଗ କରିବା ସହ ସେବାର ସଂକଳ୍ପକୁ ପ୍ରତିଷ୍ଠା ଦିବସରେ ଆହୁରି ଆଗେଇନେବ।

