spot_img

Latest Posts

ଆରାବଲୀ ପର୍ବତ ଲାଗି ମହାଭାରତ ; ପରିବେଶବିତ ଓ ନାଗରିକ ସଂଗଠନର ବିକ୍ଷୋଭ

ନନ୍ଦିଘୋଷ ବ୍ୟୁରୋ: ରାଜସ୍ଥାନର ଆରାବଲୀ ପର୍ବତକୁ ନେଇ ଏବେ ମହାଭାରତ। ପରିବେଶବିତ ଓ ସ୍ବେଚ୍ଛାସେବୀମାନଙ୍କ ବିକ୍ଷୋଭ। ଆରାବଲୀ ପର୍ବତର ନୂତନ ବ୍ୟାଖ୍ୟାନ ବଡ ଧରଣର ଖଣି ଉତ୍ତୋଳନ ଓ ବେଆଇନ ନିର୍ମାଣ କ୍ଷେତ୍ରରେ ସହାୟକ ବୋଲି ବିରୋଧୀ କହୁଥିବାବେଳେ ପ୍ରାଚୀନ ପର୍ବତର ୯୦ ପ୍ରତିଶତ ସୁରକ୍ଷିତ ବୋଲି ଦାବି କରୁଛନ୍ତି କେନ୍ଦ୍ର ସରକାର l ଆରାବଲୀ ପର୍ବତ ମାମଲାରେ ଗତ ନଭେମ୍ବରରେ ପର୍ବତର ନୂତନ ବ୍ୟାଖ୍ୟାନକୁ ମଞ୍ଜୁର କରିଥିଲେ ସୁପ୍ରିମକୋର୍ଟ l ଏହା ସହ ନୂଆ ଖଣି ଲିଜକୁ ସୁପ୍ରିମକୋର୍ଟ ବାତିଲ କରିଥିବାବେଳେ ବର୍ତ୍ତମାନର ଖଣି କାର୍ଯ୍ୟ କଡ଼ା ନିୟମ ଅନୁସାରେ ଚାଲିବାକୁ ସୁପ୍ରିମକୋର୍ଟ କହିଥିଲେ l

କେନ୍ଦ୍ରର ସତ୍ୟପାଠରେ କୁହାଯାଇଛି ଯେ କେବଳ ଭୂପୃଷ୍ଠରୁ ୧୦୦ ମିଟର କିମ୍ବା ତା’ଠାରୁ ଅଧିକ ଉଚ୍ଚତା ବିଶିଷ୍ଟ ଭୂମିରୂପ ଏବଂ ସେଗୁଡିକର ଢାଲ ଓ ସଂଲଗ୍ନ ଅଞ୍ଚଳ ଆରାବଲୀ ପର୍ବତମାଳାର ଅଂଶ ଭାବରେ ଯୋଗ୍ୟ ବିବେଚିତ ହେବ। ଏହା ସହ ପର୍ବତଠାରୁ ୫୦୦ ମିଟର ଦୂର ଯାଏ ଅଞ୍ଚଳକୁ ଆରାବଲୀର ଅଂଶବିଶେଷ ଭାବେ ବିବେଚନା କରାଯିବ l ବିରୋଧୀଙ୍କ ପକ୍ଷରୁ ଯୁକ୍ତି ହେଉଛି- ନୂଆ ବ୍ୟାଖ୍ୟାନ ଅନୁସାରେ ଆରାବଲୀର ୯୦ ପ୍ରତିଶତ ଅଞ୍ଚଳ ବର୍ତ୍ତମାନ ଆରାବଲୀର ବୋଲି ପରିଗଣିତ ହେବ ନାହିଁ l ୧୦୦ ମିଟର ଉଚ୍ଚତା ତଳେ ଥିବା ପର୍ବତାଞ୍ଚଳରେ ଏଣିକି ଖଣି କାର୍ଯ୍ୟ ଚାଲିପାରିବ ବୋଲି ସେମାନେ କହିଛନ୍ତି l ସେପଟେ ସରକାରଙ୍କ ଯୁକ୍ତି ହେଉଛି ୧ ଲକ୍ଷ ୪୪ ହଜାର ବର୍ଗ କିଲୋମିଟର ପରିବ୍ୟାପ୍ତ ଆରାବଲୀର କେବଳ ୦.୧୯ ପ୍ରତିଶତ ଅଞ୍ଚଳ ଖଣି କାର୍ଯ୍ୟରେ ବ୍ୟବହୃତ ହେବ l ପରିବେଶର ସୁରକ୍ଷା ଦୃଷ୍ଟିରୁ ଆରାବଲୀରେ ଖଣି କାର୍ଯ୍ୟ ନିଷିଦ୍ଧ କରାଯାଇଥିଲା l

େଆରାବଲୀର ନୂଆ ବ୍ୟାଖ୍ୟାନ ବିରୋଧରେ ହରିଆଣା ଓ ରାଜସ୍ଥାନରେ ଜୋରଦାର ପ୍ରତିବାଦ ଦେଖାଦେଇଛି l ଆରାବଲୀ ବଚାଓ ସଂସ୍ଥା ପକ୍ଷରୁ ଆନ୍ଦୋଳନ କରାଯାଉଛି l ଆରାବଲୀ ନାହିଁ ତ ଜୀବନ ନାହିଁ, ଆରାବଲୀ ବଞ୍ଚାନ୍ତୁ ଭବିଷ୍ୟତ ବଞ୍ଚାନ୍ତୁ ବୋଲି ଆନ୍ଦୋଳନକାରୀ ସ୍ଲୋଗାନ ଦେବା ସହ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ବି ସମାଲୋଚନା କରିଛନ୍ତି l ଏହି ବହୁ ପ୍ରାଚୀନ ପର୍ବତ ପରିବେଶ, ଜଳବାୟୁ, ଜଳ ନିରାପତ୍ତା, ଜୀବନ ଲାଗି ବେଶ୍ ସହାୟକ ହୋଇଥିବାରୁ ଏଥିରେ କୌଣସି ପ୍ରକାର ଉତ୍ତୋଳନ ନ ହେବା ଉଚିତ ବୋଲି କହୁଛନ୍ତି ବିରୋଧୀ l ଏହି ପର୍ବତ ଗୁଜରାଟ, ରାଜସ୍ଥାନ, ହରିଆଣା ଓ ଦିଲ୍ଲୀର ବହୁ ଅଞ୍ଚଳକୁ ନେଇ ଗଠିତ ଏବଂ ଏହାର ଦୈର୍ଘ୍ୟ ହେଉଛି ୬୯୦ କିଲୋମିଟର l ଆରାବଲୀ ପର୍ବତର ନିମ୍ନ ଭାଗରେ ଥିବା ଜଳ ପ୍ରଣାଳୀ ଜରିଆରେ ଦିଲ୍ଲୀ, ଗୁରୁଗ୍ରାମ, ଫରିଦାବାଦ ଓ ଅଲଓ୍ବାରକୁ ଜଳ ଯୋଗାଯାଇଥାଏ l ଯଦି ୧୦୦ ମିଟର ତଳେ ଖନନ କାର୍ଯ୍ୟ କରାଯାଏ ତେବେ ଜଳ ପ୍ରଣାଳୀ ନଷ୍ଟ ହୋଇଯିବ l

Latest Posts

Don't Miss