spot_img

Latest Posts

ସରକାରୀ ଯୋଜନା କାହା ପାଇଁ ? ୮୦ ପ୍ରତିଶତ ଭିନ୍ନକ୍ଷମ ଝିଅ ଜୀଇଁବାକୁ କରୁଛନ୍ତି ସଂଘର୍ଷ

ସରକାରୀ ଯୋଜନା କାହା ପାଇଁ ? ୮୦ ପ୍ରତିଶତ ଭିନ୍ନକ୍ଷମ ଝିଅ ଜୀଇଁବାକୁ କରୁଛନ୍ତି ସଂଘର୍ଷ

ନନ୍ଦିଘୋଷ ବ୍ୟୁରୋ: ଗରିବ, ଅସହାୟ ଓ ଭିନ୍ନକ୍ଷମଙ୍କ ପାଇଁ ସରକାରଙ୍କ ମାଳ ମାଳ ଯୋଜନା । ହେଲେ ପ୍ରକୃତ ହିତାଧିକାରୀଙ୍କ ପାଖରେ ପହଞ୍ଚି ପାରୁନି ଏହାର ସୁଫଳ । ଦୁଃଖ କଷ୍ଟରେ ଜୀବନ ଅତିବାହିତ କରୁଛନ୍ତି ପ୍ରକୃତ ହିତାଧିକାରୀ । ଏମିତି କିଛି ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ଖଦାଳ ପୋଖରୀ ଗାଁରୁ ।

ଗାଁରେ ରହୁଛନ୍ତି ବୃଦ୍ଧ ଦମ୍ପତି ଏବଂ ତାଙ୍କ ଭିନ୍ନକ୍ଷମ ଝିଅ ସନ୍ଥ ଦାସ, ମାଆ ଗୌରୀ ଏବଂ ଝିଅ ରମା । ଝିଅ ୮୦ ପ୍ରତିଶତ ଭିନ୍ନକ୍ଷମ ହୋଇ ମଧ୍ୟ ସରକାରୀ ସୁବିଧାରୁ ବଞ୍ଚିତ । ସରକାରଙ୍କ ମାଳ ମାଳ ଯୋଜନା ତାଙ୍କ ପାଖରେ ଅପହଞ୍ଚ । ଦୁଇ ଓଳି ଦୁଇ ମୁଠା ଖାଇବାକୁ ସଂଘର୍ଷ କରୁଛନ୍ତି ବୃଦ୍ଧ ଦମ୍ପତିଙ୍କ ସହ ଝିଅ ରମା । ଭଙ୍ଗା ଦଦରା ଘରେ କଟୁଛି ଜୀବନ । ଘର ଖଣ୍ଡେ ନଥିବାରୁ ପଲିଥିନ ଟାଣି ଖରା ,ବର୍ଷା ,ଶୀତ କାକରରେ ରହୁଛନ୍ତି ସମସ୍ତେ । ଗୋଟିଏ ପଟେ ସରକାରଙ୍କ ଅଣଦେଖା ଓ ଅନ୍ୟପକ୍ଷେ ବୃଦ୍ଧାବସ୍ଥାରେ ଭିନ୍ନକ୍ଷମ ଝିଅର ଦାୟିତ୍ବ ଦମ୍ପତିଙ୍କୁ ଭାଙ୍ଗି ଦେଇଛି । ମସ୍ତିଷ୍କ ବିକୃତି କାରଣରୁ ସରକାରଙ୍କ ତରଫରୁ ମିଳିଛି ଭିନ୍ନକ୍ଷମ ସାର୍ଟିଫିକେଟ । ମାତ୍ର ବିଡମ୍ବନାର ବିଷୟ  ରମାଙ୍କୁ ମିଳୁନି କୌଣସି ସରକାରୀ ସୁବିଧା ସୁଯୋଗ ।

ଭିନ୍ନକ୍ଷମଙ୍କ ପାଇଁ ୩୫ ଶହ ଟଙ୍କା ଭତ୍ତା ଦେବାର ବ୍ୟବସ୍ଥା ଥିଲେ ମଧ୍ୟ ଏଥରୁ ବଞ୍ଚିତ ରମା । ନା ଅଛି ରାସନ କାର୍ଡ ନା ଅନ୍ତ୍ୟୋଦୟ ଗୃହ ଯୋଜନାରେ ମିଳିଛି ଘର । କେବଳ ପୂର୍ବ ସରକାରଙ୍କ ସମୟରେ ମିଳୁଥିବା ୧ ହଜାର ଟଙ୍କା ଭତ୍ତା ସାହା ଭରସା । ବୃଦ୍ଧ ଦମ୍ପତିଙ୍କୁ ମିଳୁଥିବା ୨ ହଜାର ଭତ୍ତା ଓ ୧୦ କିଲୋ ଚାଉଳରେ ମାସ ସାରା ଚଳୁଛନ୍ତି ତିନି ଅସହାୟ । ନେତା, ମନ୍ତ୍ରୀଙ୍କଠାରୁ ଆରମ୍ଭ କରି ପ୍ରଶାସନିକ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ସୁଦ୍ଧା କୌଣସି ସୁଫଳ ମିଳୁ ନଥିବା ଅଭିଯୋଗ କରିଛନ୍ତି ଏହି ପରିବାର ।

Latest Posts

Don't Miss