spot_img

Latest Posts

ଅହମ୍ମଦାବାଦ ଟି-ଟ୍ବେଣ୍ଟିରେ ଭାରତର ଧୂଆଁଧାର ବ୍ୟାଟିଂ ; ଦକ୍ଷିଣ ଆଫ୍ରିକାକୁ ୩୦ ରନରେ ପରାସ୍ତ କଲା ଭାରତ

ନନ୍ଦିଘୋଷ ବ୍ୟୁରୋ: ଅହମ୍ମଦାବାଦ ଟି-ଟ୍ବେଣ୍ଟିରେ ଭାରତର ଦମଦାର ବିଜୟ। ମ୍ୟାଚ ବିଜୟ ସହ ସିରିଜ୍ ଜିତିଲା ଟିମ ଇଣ୍ଡିଆ। ଦକ୍ଷିଣ ଆଫ୍ରିକାକୁ ୩୦ ରନରେ ପରାସ୍ତ କରିଛି ଭାରତ । ୨୩୨ ରନର ବିଜୟ ଲକ୍ଷ୍ୟ ନେଇ ବ୍ୟାଟିଂ କରିଥିବା ଦକ୍ଷିଣ ଆଫ୍ରିକା ୨୦୧ ରନ କରିବାକୁ ସକ୍ଷମ ହୋଇଛି । ଆରମ୍ଭରୁ ଦଳ ଭଲ ବ୍ୟାଟିଂ କରିଥିଲା । ଡି କକ୍ ଅର୍ଦ୍ଧଶତକ ହାସଲ କରି ୬୫ ରନରେ ଆଉଟ ହୋଇଥିଲେ । ପରେ ପରେ ଆରମ୍ଭ ହୋଇଥିଲା ଦକ୍ଷିଣ ଆଫ୍ରିକାର ଓ୍ବିକେଟ ପତନ । ଭାରତ ପକ୍ଷରୁ ବରୁଣ ଚକ୍ରବର୍ତ୍ତି ସର୍ବାଧିକ ୪ଟି ଓ୍ବିକେଟ ଅକ୍ତିଆର କରିଥିଲେ । ପ୍ରଥମେ ବ୍ୟାଟିଂ କରି ଭାରତ ୨୩୧ ରନ ରନ କରିଥିଲା । ୫ ଓ୍ବିକେଟ ହରାଇ ଭାରତ କରିଥିଲା ୨୩୧ ରନ ।

ଅହମ୍ମଦାବାଦରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ପାଓ୍ବାର ଶୋ ଦେଖିଥିଲେ କ୍ରୀଡ଼ାପ୍ରେମୀ । ୧୬ ବଲରେ ଅର୍ଦ୍ଧଶତକ ହାସଲ କରିଥିଲେ ହାର୍ଦ୍ଦିକ ପାଣ୍ଡ୍ୟା । ୨୫ ବଲରେ ପାଣ୍ଡ୍ୟାଙ୍କ ୬୩ ରନର ବିସ୍ଫୋରକ ଇନିଂସ ଖେଳିଥିଲେ ପାଣ୍ଡ୍ୟା । ଏହାସହ ଟି-ଟ୍ବେଣ୍ଟିରେ ୨ ହଜାର ରନ୍ ପୂରଣ କରିଥିଲେ ହାର୍ଦ୍ଦିକ ପାଣ୍ଡ୍ୟା। ସେହିପରି ତିଳକ ବର୍ମା ଚମତ୍କାର ଅର୍ଦ୍ଧଶତକ ହାସଲ କରିଛନ୍ତି । ଓପନିଂରେ କମାଲ କରିଥିଲେ ସଞ୍ଜୁ ସାମସନ ଓ ଅଭିଷେକ ଶର୍ମା।

Latest Posts

Don't Miss