ନନ୍ଦିଘୋଷ ବ୍ୟୁରୋ: ପଥରରେ ଛେଚି ମହିଳାଙ୍କୁ ହତ୍ୟା ଅଭିଯୋଗ । ହତ୍ୟା ଘଟଣାରେ ବୋହୂ, ସମୁଦୁଣି ଅଟକ । ଅନୁଗୁଳ ସଦର ଥାନା ଖଲାରୀ ଜାମୁବନ୍ଧ ଛକ ନିକଟ ଏକ ଭଡା ଘରେ ମହିଳାଙ୍କ ମୃତଦେହ ଉଦ୍ଧାର କରିଛି ସଦର ପୁଲିସ । ମୃତ ମହିଳା ଜଣଙ୍କ ହେଲେ କୁନି ନାୟକ । ଗତକାଲି ରାତି ୧୦ଟା ବେଳେ କୁନିଙ୍କ ପୁଅ କାହ୍ନୁ ନାୟକ କୁନିଙ୍କୁ ଖାଇବା ପାଇଁ ଡାକିବା ପାଇଁ ଯାଇଥିବା ବେଳେ ଘରର କବାଟ ବନ୍ଦ ରହିଥିଲା । କବାଟ ଖୋଲି ଦେଖିଲା ବେଳକୁ କୁନି ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ପଡ଼ି ରହିଛନ୍ତି । ସଙ୍ଗେ ସଙ୍ଗେ ସଦର ପୁଲିସକୁ କାହ୍ନୁ ଖବର ଦେଇଥିଲେ। ପୁଲିସ ପହଁଚି ତଦନ୍ତ ଆରମ୍ବ କରିଥିଲା । ଆଜି ସକାଳ ସାଇଣ୍ଟିଫିକ ଟିମ ଏବଂ ସନ୍ଧାନୀ କୁକୁର ଆସି ଅଧିକ ତଦନ୍ତ କରିଛନ୍ତି । ଏହାସହ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

