ଖୋଲା ମାର୍କେଟରେ ଧାନ ବିକିଲେ ସମ୍ବଲପୁରର ଚାଷୀ। ରାଜ୍ୟ ସରକାର ଧାନ କିଣୁନଥିବାରୁ ସେମାନେ ଖୋଲା ମାର୍କେଟରେ ଧାନ ବିକିଛନ୍ତି। ସତସତିକା ନୁହେଁ, ପ୍ରତୀକାତ୍ମକ ଭାବେ ସେମାନେ ଏପରି ଖୋଲା ମାର୍କେଟରେ ଧାନ ବିକ୍ରି କରି ପ୍ରତିବାଦ କରିଛନ୍ତି। ଆଜି ସମ୍ବଲପୁରରେ ଏପରି ଅଭିନବ ପ୍ରତିବାଦ କରିଛନ୍ତି ଚାଷୀ। ସହରର ବିଭିନ୍ନ ସ୍ଥାନରେ ଚାଷୀମାନେ ବସି ପ୍ରତୀକାତ୍ମକ ଭାବେ ଖୋଲା ମାର୍କେଟରେ ଧାନ ବିକିଛନ୍ତି। ସେମାନେ ଅଭିଯୋଗ କରିଛନ୍ତି ସରକାର ବୋଧହୁଏ ଏ ବର୍ଷ ଧାନ ଆଉ କିଣିବେ ନାହିଁ, କିଣି ପାରିବେ ନାହିଁ। ଚାଷୀଙ୍କୁ ଏଯାଏ ଟୋକନ ଦିଆଯାଇନାହିଁ। ବାଧ୍ୟ ହୋଇ ଆତ୍ମହତ୍ୟା ପରି ଚରମ ପଦକ୍ଷେପ ନେବାକୁ ନେବୁ ବୋଲି ସେମାନେ କହିଛନ୍ତି। ଯୋଗାଣ ମନ୍ତ୍ରୀଙ୍କ କଥାକୁ ମଧ୍ୟ ସେମାନେ କଡ଼ା ନିନ୍ଦା କରିଛନ୍ତି। ମଣ୍ଡିରେ ବିକି ନ ପାରିଲେ, ଖୋଲା ମାର୍କେଟରେ ଧାନ ବିକ ବୋଲି ମନ୍ତ୍ରୀ କହିଥିଲେ ବୋଲି ଚାଷୀମାନେ ଅଭିଯୋଗ କରିଛନ୍ତି।

