ବାଲେଶ୍ବର ଜିଲ୍ଲା ସିଂଲା ଥାନା ଗିଲାଯୋଡ଼ି ଗାଁରେ ପୂର୍ବ ଶତ୍ରୁତା ଓ ବାଲି ବ୍ୟବସାୟକୁ କେନ୍ଦ୍ର କରି ଗଣ୍ତଗୋଳ । ଦୁର୍ବୃତ୍ତଙ୍କ ଫାଙ୍କା ଗୁଳି ଚାଳନା ଅଭିଯୋଗ । ଘଟଣାସ୍ଥଳରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିବା ବେଳେ ୪ ଜଣ ଦୁର୍ବୃତ୍ତଙ୍କୁ ଗ୍ରାମବାସୀ କାବୁ କରି ପୋଲିସର ଜିମା ଦେଇଛନ୍ତି । ଗତ ବିଳମ୍ବିତ ରାତିରେ ୮ ଜଣ ଦୁର୍ବୃତ୍ତ ଦୁଇଟି କାରରେ ଆସି ଗ୍ରାମବାସୀଙ୍କୁ ଭୟଭୀତ କରିବା ପାଇଁ ଫାଙ୍କା ଗୁଳି ଚାଳନା କରିଥିଲେ । ଗ୍ରାମବାସୀ ଏକତ୍ରିତ ହୋଇ ଗୋଡାଇବାରୁ କାର ଛାଡି ଦୌଡି ପଳାଉଥିବା ବେଳେ ୪ ଜଣଙ୍କୁ କାବୁ କରିଥିଲେ ଗ୍ରାମବାସୀ । ସୂଚନା ମୁତାବକ ସୁବର୍ଣ୍ଣରେଖା ନଦୀରୁ ବାଲି ଉତ୍ତୋଳନକୁ କେନ୍ଦ୍ର କରି ଗତ ନଭେମ୍ବର ୨୮ ତାରିଖରେ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ତଗୋଳ ହୋଇଥିଲା । ପରସ୍ପରକୁ ବିଭିନ୍ନ ମାରଣାସ୍ତ୍ରରେ ଆକ୍ରମଣ କରିଥିବା ବେଳେ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ହୋଇଥିଲା । ଏକାଧିକ ବ୍ୟକ୍ତି ଗୁରୁତର ହୋଇଥିଲେ ।

