ନନ୍ଦିଘୋଷ ବ୍ୟୁରୋ : ହରିୟାଣା ପାନିପଥ ଅଞ୍ଚଳରୁ ଏକ ଆଶ୍ଚର୍ଯ୍ୟ ଘଟଣା ଦେଖିବାକୁ ମିଳିଛି । ଏଠାରେ ଜଣେ ମାନସିକ ରୋଗୀ ମହିଳାଙ୍କୁ ଗିରଫ କରିବା ସହ ଶିଶୁ ହତ୍ୟାର ଖୁଲାସା କରିଛି ପୋଲିସ । ସୁନ୍ଦର ପିଲାଙ୍କୁ ଦେଖି ହତ୍ୟା କରୁଥିବା କଥା ମହିଳା ଜଣଙ୍କ ପୋଲିସ ପଚରାଉଚରା ବେଳେ ପୋଲିସକୁ କହିଛି । କାରଣ ସେ ତାଙ୍କୁ ଠାରୁ କିଏ ଅଧିକ ସୁନ୍ଦର ହୁଏ ସେ ଚାହୁଁନଥିଲେ । କାହାର ସନ୍ଦେହ ନହେବା ପାଇଁ ସେ ନିଜ ପୁଅକୁ ମଧ୍ୟ ହତ୍ୟା କରିଥିବା କଥା କହିଛନ୍ତି । ସୁନ୍ଦର ଶିଶୁଙ୍କୁ ସେ ଟାର୍ଗେଟ କରୁଥିଲେ । ଗିରଫ ପରେ ଏକ ହତ୍ୟା ମାମଲାର ପର୍ଦ୍ଦାଫାଶ କରିଛି ପୋଲିସ ।
ମହିଳା ଜଣଙ୍କୁ ନିଜ ପୁଅ ହତ୍ୟା କରିବା ସହ ୩ ଜଣଙ୍କୁ ହତ୍ୟା କରିଛନ୍ତି । ତିନି ଜଣଙ୍କ ମୃତ୍ୟୁ ଦୁର୍ଘଟଣା କାରଣରୁ ହୋଇଥାଇପାରେ ବୋଲି ତାଙ୍କ ସମ୍ପର୍କୀୟ ଭାବୁଥିଲେ । କିନ୍ତୁ ଏବେ ସେମାନଙ୍କ ମୃତ୍ୟୁର ଖୁଲାସା ହୋଇଯାଇଛି । ଡିସେମ୍ବର ଘର ଷ୍ଟୋର ରୁମରେ ଥିବା ଏକ ପାଣି ଟବରୁ ବିଧି ନାମକ ଜଣେ ଝିଅର ମୃତଦେହ ମିଳିଲା । ସେ ନିଜ ପରିବାର ଲେକାଙ୍କ ସହ ନୈଲ୍ୟା ଗାଁକୁ ଏକ ବିବାହ ଉତ୍ସବରେ ଯୋଗ ଦେବାକୁ ଆସିଥିଲେ ।
ଏହି ଝିଅ ହତ୍ୟାର ତଦନ୍ତ କରୁ କରୁ ମାନସିକ ରୋଗୀ ମହିଳାଙ୍କୁ ଗିରଫ କରାଯାଇଛି । ପଚରାଉଚରା ବେଳେ ସେ ନିଜ ପୁଅ ସହ ୪ ଜଣଙ୍କୁ ହତ୍ୟା କରିଥିବା କଥା କହିଥିଲା । ଆଜି କୋର୍ଟରେ ହାଜର କରିବା ସହ ପୋଲିସ ଅଧିକ ପଚରାଉଚରା କରିବା ପାଇଁ ମହିଳାଙ୍କୁ ରିମାଣ୍ଡରେ ନେଇଛି ।

