spot_img

Latest Posts

ରିଲିଜ ହେଲା ସୂର୍ଯ୍ୟବଂଶୀର ଟ୍ରେଲର, ୪ ଘଣ୍ଟାରେ ଦେଖିଲେ ୧୧ ମିଲିୟନ ଲୋକ

ଶେଷ ହେଲା ଅପେକ୍ଷା । ବହୁ ଚର୍ଚ୍ଚିତ ବଲିଉଡ୍‌ ଅପ୍‌ କମିଂ ଫିଲ୍ମ ‘ସୂର୍ଯ୍ୟବଂଶୀ’ର ଟ୍ରେଲର ରିଲିଜ୍‌ ହୋଇଛି। ଏଥିରେ ମୁଖ୍ୟ ଭୂମିକାରେ ନଜର ଆସୁଛନ୍ତି ବଲିଉଡର ଖିଲାଡି ବୟ ଅକ୍ଷୟ କୁମାର, ଅଭିନେତ୍ରୀ କ୍ୟାଟ୍ରିନା କୈଫ, ଜ୍ୟାକି ଶ୍ରଫ, ଗୁଲଶନ ଗ୍ରୋଭର, ନିକିତିନ ଧିର, ବିଧାନ ଶର୍ମା ଆଦିଙ୍କୁ ଦେଖିବାକୁ ମିଳିବ।

ମାତ୍ର ୪ ଘଣ୍ଟାରେ ଟ୍ରେଲର ଟିକୁ ୧୧ ମିଲିୟନ ଲୋକ ଦେଖିସାରିଥିବା ବେଳେ ୟୁଟୁବରେ ଏହା ଏକ ନମ୍ବର ଟ୍ରେଡିଂରେ ଅଛି ।

ଏହି ଟ୍ରେଲର ରିଲିଜ୍‌ ଅବସରରେ ଟ୍ରାଫିକ ଜାମ୍‌କୁ ଦୂରେଇ ଦେବାକୁ ଅକ୍ଷୟ କୁମାର ଏକ ନୂଆ ଫର୍ମୁଲା ଆପଣେଇ ଥିବା ଦେଖାଯାଇଛି। ଟ୍ରେଲର୍‌ ରିଲିଜ ଅବସରରେ ସେ ଏକ ରେସିଂ ବାଇକ୍‌ ନେଇ ପହଞ୍ଚିଥିବା ଜଣାପଡିଛି। ଏହି ରେସିଂ ବାଇକ୍‌ ସହ ଅକ୍ଷୟ ହାତରେ ହେଲମେଟ୍‌ ଧରିଥିବାର ଏକ ଫଟୋ ସୋସିଆଲ ମିଡିଆରେ ଶେୟାର କରିଛନ୍ତି। ଏହାସହ ଅକ୍ଷୟ ଲେଖିଛନ୍ତି ‘ସୂର୍ଯ୍ୟବଂଶୀ’ର ଟ୍ରେଲର ରିଲିଜ୍‌ ଅବସରରେ ମୁମ୍ବାଇ ଟ୍ରାଫିକରୁ ବଞ୍ଚିବାକୁ ଆଜି ସୂର୍ଯ୍ୟବଂଶୀ ହେଲିକପ୍ଟର ବଦଳରେ ବାଇକ୍‌ର ସାହାରା ନେଇଛନ୍ତି। ଅକ୍ଷୟଙ୍କ ଏହି ଫଟୋକୁ ଦେଖିବା ପରେ ତାଙ୍କର ପ୍ରଶଂସକମାନେ ଭିନ୍ନ ଭିନ୍ନ କମେଣ୍ଟ ଦେଇଛନ୍ତି।

Latest Posts

Don't Miss