spot_img

Latest Posts

ବିରାଟ ଓ ରୋହିତଙ୍କୁ ଟେଷ୍ଟ ଟିମରୁ ହଟାଇ ଦିଆଯାଇଛି: ବଡ଼ ଅଭିଯୋଗ ଆଣିଲେ କୋହଲିଙ୍କ ଭାଇ

ବିରାଟ କୋହଲି ଓ ରୋହିତ ଶର୍ମା ଟେଷ୍ଟ ଫର୍ମାଟରୁ ସନ୍ନ୍ୟାସ ଘୋଷଣା କରିବା ଖବର କ୍ରିକେଟପ୍ରେମୀଙ୍କୁ ଚକିତ କରିଦେଇଥିଲା । ଭାରତର ଦୁଇ ଷ୍ଟାର କ୍ରିକେଟର ଟେଷ୍ଟ ଛାଡ଼ିବା ନିଷ୍ପତ୍ତିକୁ ଅଗଣିତ ଫ୍ୟାନ୍ସ ସହଜରେ ଗ୍ରହଣ କରିପାରିନଥିଲେ । ତେବେ ଏହା ମଧ୍ୟରେ ଏହି ପ୍ରସଙ୍ଗକୁ ନେଇ ଆସିଛି ଏକ ବଡ଼ ଖବର । ବିସିସିଆଇ, କୋଚ ଗୌତମ ଗମ୍ଭୀର ଓ ଚୟନକର୍ତ୍ତାଙ୍କୁ ବିରୋଧରେ ବଡ଼ ଅଭିଯୋଗ କରିଛନ୍ତି ବିରାଟଙ୍କ ଭାଇ ବିକାଶ କୋହଲି । ବିରାଟ ଓ ରୋହିତ ଟେଷ୍ଟ କ୍ରିକେଟ ଛାଡ଼ିନଥିଲେ, ବରଂ ସେମାନଙ୍କୁ ଟିମରୁ ହଟାଇ ଦିଆଯାଇଛି ବୋଲି ସେ କହିଛନ୍ତି ।

୧୨ ମାସ ମଧ୍ୟରେ ଭାରତ ଦ୍ବିତୀୟ ଥର ଘରୋଇ ପିଚରେ ଟେଷ୍ଟ ସିରିଜ ପରାଜୟ ବରଣ କରିବାକୁ ଯାଉଛି । ଏଭଳି ସ୍ଥିତିରେ ବିକାଶଙ୍କ ବୟାନ ସଭିଙ୍କୁ ଚକିତ କରିଦେଇଛି । ଭାରତୀୟ ଟେଷ୍ଟ ଟିମର ଏପରି ଖରାପ ଫର୍ମ ପାଇଁ କୋଚ ଓ ଚୟନକର୍ତ୍ତାଙ୍କୁ ଦାୟୀ କରିଛନ୍ତି ବିକାଶ । ୧୦୧୨ରୁ ୨୦୨୪ ମସିହା ଅକ୍ଟୋବର ମଧ୍ୟରେ ଭାରତ ଘରୋଇ ପିଚରେ ଗୋଟିଏ ବି ଟେଷ୍ଟ ମ୍ୟାଚ ହାରିନଥିଲା । ବିରାଟଙ୍କ ନେତୃତ୍ବରେ ଭାରତ ଟେଷ୍ଟରେ ଏକ ଶକ୍ତିଶାଳୀ ଟିମ ଭାବେ ଉଭା ହୋଇଥିଲା । ୨୦୨୨ ପ୍ରାରମ୍ଭରେ ରୋହିତ ଟେଷ୍ଟ ଅଧିନାୟକ ହୋଇଥିଲେ । ଏପରିକି କୋହଲିଙ୍କ ନେତୃତ୍ବରେ ଭାରତ ଅଷ୍ଟ୍ରେଲିଆରେ କ୍ରମାଗତ ଦୁଇ ଥର ବର୍ଡର-ଗାଭାସ୍କର ଟ୍ରଫି ଜିତି ଦୁନିଆର ସବୁଠାରୁ ସଫଳ ବିଦେଶ ଟିମ ଭାବେ ଗଣାହୋଇଥିଲା । ମାତ୍ର ଆଜି ଭାରତ ଘରୋଇ ମାଟିରେ ମ୍ୟାଚ ବଞ୍ଚାଇବାକୁ ସଂଘର୍ଷ କରୁଥିବା ବିକାଶ ଇନଷ୍ଟାଗ୍ରାମ ଥ୍ରେଡସରେ ଲେଖିଛନ୍ତି ।

Latest Posts

Don't Miss