spot_img

Latest Posts

ଜରାଜୀର୍ଣ୍ଣ ଅବସ୍ଥାରେ ବିଜୁ ପଟ୍ଟନାୟକ ପାର୍କ ; ରକ୍ଷଣାବେକ୍ଷଣ ଅଭାବରୁ ଭାଙ୍ଗିରୁଜି ଗଲାଣି

ନନ୍ଦିଘୋଷ ବ୍ୟୁରୋ : ଜରାଜୀର୍ଣ୍ଣ  ଅବସ୍ଥାରେ ପଡି ରହିଛି ପ୍ରବାଦ ପୁରୁଷଙ୍କ ନାମରେ ନାମିତ ବିଜୁ ପଟ୍ଟନାୟକ ପାର୍କ। ଭାଙ୍ଗିଗଲାଣି ପାର୍କରେ ଲାଗିଥିବା ଉପକରଣ। ରାସ୍ତା ଉପରେ ଗଛ ମାଡିଯିବାରୁ ସୃଷ୍ଟି କରୁଛି ଜଙ୍ଗଲର ଭ୍ରମ। ଜଟଣୀ ସହରର ବୃହତ୍ତମ ପାର୍କ ଏବେ ରକ୍ଷଣାବେକ୍ଷଣ ଅଭାବରୁ ଦୁର୍ଦ୍ଦିନରେ। ପିଲା ଠାରୁ ବୟସ୍କଙ୍କୁ ପାର୍କର ସୁବିଧା ଯୋଗାଇ ଦେବା ଉଦ୍ଦେଶ୍ୟ ଏବେ ପରିକଳ୍ପନାରେ ସୀମିତ ହୋଇ ରହିଯାଇଛି ।

ଜରାଜୀର୍ଣ୍ଣ  ଅବସ୍ଥାରେ ବିଜୁ ପଟ୍ଟନାୟକ ପାର୍କ । ରକ୍ଷଣାବେକ୍ଷଣ ଅଭାବରୁ ଭାଙ୍ଗିରୁଜି ଗଲାଣି । ସୃଷ୍ଟି କରୁଛି ଜଙ୍ଗଲର ଭ୍ରମ। ଏ ଦୃଶ୍ୟ ହେଉଛି ଖୋର୍ଦ୍ଧା ଜିଲ୍ଲା ଜଟଣୀ ପୌରପରିଷଦର ୧୦ ନମ୍ବର ୱାର୍ଡରେ ନିର୍ମାଣ ହୋଇଥିବା ବିଜୁ ପଟ୍ଟନାୟକ ପାର୍କର । ଏକ କୋଟି ଟଙ୍କା ବ୍ୟୟରେ ନିର୍ମାଣ ହୋଇଥିଲା ପାର୍କ। ଉଦ୍ଦେଶ୍ୟ ଥିଲା ବୟସ୍କଙ୍କ ଠାରୁ ଛୋଟ ପିଲା ପାର୍କର ଉପଯୋଗ କରି ଖେଳିବା ସହିତ ବ୍ୟାୟାମର ସୁବିଧା ପାଇପାରିବେ। ହେଲେ ରକ୍ଷଣାବେକ୍ଷଣ ଅଭାବରୁ ନଷ୍ଟ ହୋଇଗଲାଣି ଉପକରଣ । ପାର୍କରେ ବିପଦଶଙ୍କୁଳ ଅବସ୍ଥାରେ ଖେଳୁଛନ୍ତି ପିଲା। ଯଦି କିଛି ଅଘଟଣ ଘଟେ ତେବେ ଦାୟୀ କିଏ ରହିବେ ବୋଲି ଉଠିଛି ପ୍ରଶ୍ନ ।

ପାର୍କରେ ଲାଗିଥିବା ଲକ୍ଷାଧିକ ଟଙ୍କାର ଗଛ ଶୁଖିଗଲାଣି।ଆଲୋକୀକରଣ ପାଇଁ ଲାଗିଥିବା ଲାଇଟ ଭାଙ୍ଗି ତଳେ ପଡିଛି। ଲୋକଙ୍କୁ ଆକୃଷ୍ଟ କରୁଥିବା ୱାଲ ପେଣ୍ଟିଙ୍ଗର ରଙ୍ଗ ଲିଭିବାକୁ ବସିଲାଣି। ଅନାବନା ଗଛ ଉଠିଥିବାରୁ ଗୋରୁଗାଇଙ୍କ ଚରାଭୂଇଁ ପାଲଟିଛି। ରାତି ହେଲେ ଅସାମାଜିକ ଯୁବକଙ୍କ ଆଡ୍ଡା ଜମୁଛି। ଏ ସମ୍ପର୍କରେ ବାରମ୍ବାର ଅଭିଯୋଗ ପରେବି କେହି ଶୁଣୁନଥିବା ଅଭିଯୋଗ ହୋଇଛି। ଅନେକ ମାସ ଧରି ପାର୍କ ଜଗୁଆଳିଙ୍କୁ ପାଉଣା ମିଳିନଥିବା ଜଣାପଡିଛି।

Latest Posts

Don't Miss