spot_img

Latest Posts

ମାହିକ ଶର୍ମାଙ୍କ ଆଙ୍ଗୁଠିରେ ଚମକୁଛି ଡାଇମଣ୍ଡ ରିଂ, ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ହୋଇଗଲା କି ନିର୍ବନ୍ଧ ?

ମାହିକ ଶର୍ମାଙ୍କ ଆଙ୍ଗୁଠିରେ ଚମକୁଛି ଡାଇମଣ୍ଡ ରିଂ, ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ହୋଇଗଲା କି ନିର୍ବନ୍ଧ ?

ନନ୍ଦିଘୋଷ ବ୍ୟୁରୋ: ଭାରତୀୟ କ୍ରିକେଟର ଷ୍ଟାର୍ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ନେଇ ବଡ଼ ଖବର । ଶୁଣିବାକୁ ମିଳୁଛି, ପ୍ରେମିକା ତଥା ମଡେଲ ମାହିକ ଶର୍ମାଙ୍କ ସହ ପାଣ୍ଡ୍ୟାଙ୍କର ନିର୍ବନ୍ଧ ହୋଇଯାଇଛି । ଶୀଘ୍ର ଏମାନେ ଧୂମଧାମରେ ବିବାହ କରିବାକୁ ଯାଉଥିବା ଚର୍ଚ୍ଚା ଜୋର ଧରିଛି । ସୋସିଆଲ ମିଡିଆରେ ଉଭୟଙ୍କ ଏକ ଫଟୋ ଭାଇରାଲ ହେଉଛି । ଏଥିରେ ମାହିକ ଏକ ଡାଇମଣ୍ଡ ରିଂ ପିନ୍ଧିଛନ୍ତି । ଏହାକୁ ଦେଖିବା ପରେ ଅଟକଳ ଲଗାଯାଉଛି, ଉଭୟ ଲୁଚିଛପି ନିର୍ବନ୍ଧ କରି ନେଇଛନ୍ତି ।

ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଫଟୋରେ ମାହିକ ପାଣ୍ଡ୍ୟାଙ୍କୁ ଡ୍ରିଙ୍କ ଦେଉଛନ୍ତି । ଆଉ ତାଙ୍କ ବାମ ହାତ ଆଙ୍ଗୁଠିରେ ଏକ ହୀରା ମୁଦି ପିନ୍ଧିଛନ୍ତି । ଏହାକୁ ଦେଖିବା ପରେ ଉଭୟଙ୍କ ପ୍ରଶଂସକ ନିର୍ବାନ୍ଧ ହୋଇ ଯାଇଥିବା ନେଇ ଚର୍ଚ୍ଚା କରୁଛନ୍ତି । ତେବେ ଏପରି ଦାବି କେତେଦୂର ସତ ତାହା ସ୍ପଷ୍ଟ ହୋଇନି । କାରଣ ଉଭୟ ଏନେଇ ମୁହଁ ଖୋଲି ନାହାନ୍ତି କି ଅଧିକାରୀକ ଭାବେ ସ୍ପଷ୍ଟ କରିନାହାନ୍ତି ।

ସୂଚନାଯୋଗ୍ୟ, ନତାଶା ଷ୍ଟନକୋଭିଚଙ୍କ ସହ ହାର୍ଦ୍ଦିକଙ୍କ ଛାଡ଼ପତ୍ର ହୋଇସାରିଛି । ବିବାହ ବିଚ୍ଛେଦ ପରେ ଭାରତୀୟ କ୍ରିକେଟର ଏହି ଷ୍ଟାର ଅଲରାଉଣ୍ଡରଙ୍କୁ ମାହିକଙ୍କ ସହ ଦେଖିବାକୁ ମିଳୁଥିଲା । ଉଭୟଙ୍କୁ ପ୍ରଥମ ଥର ଏକାଠି ମୁମ୍ବାଇ ଏୟାରପୋର୍ଟରେ ଦେଖିବାକୁ ମିଳିଥିଲା । ଗତମାସ ହାର୍ଦ୍ଦିକଙ୍କ ଜନ୍ମଦିନ ପୂର୍ବରୁ ଉଭୟ ବିଦେଶ ଟ୍ରିପରେ ଯାଇଥିଲେ । ଏହାପରେ ଦୀପାବଳିରୁ ଆରମ୍ଭ କରି ସମସ୍ତ ଫ୍ୟାମିଲି ଫଟୋରେ ମାହିକଙ୍କୁ ହାର୍ଦ୍ଦିକଙ୍କ ସହ ଦେଖିବାକୁ ମିଳୁଥିଲା ।

୨୦୨୦ରେ ହାର୍ଦ୍ଦିକ ନତାଶା ଷ୍ଟନକୋଭିଚଙ୍କୁ ବିବାହ କରିଥିଲେ । ଗତ ଜୁଲାଇରେ ଉଭୟଙ୍କ ଛାଡ଼ପତ୍ର ହୋଇଯାଇଥିଲା । ଉଭୟଙ୍କର ଅଗସ୍ତ୍ୟ ନାମରେ ଏକ ପୁଅ ଅଛି ।

Latest Posts

Don't Miss