spot_img

Latest Posts

ନୂଆପଡ଼ାରେ ଜିତିବ କିଏ ? ୧୪ ଟେବୁଲରେ ୨୬ ରାଉଣ୍ଡ କାଉଣ୍ଟିଂ

ନନ୍ଦିଘାେଷ ବ୍ୟୁରୋ : ଆଜି ନୂଆପଡ଼ା ଭୋଟ ଗଣତି। ବିଜେଡି ବିଧାୟକ ରାଜୁ ଭାଇ ଢୋଲକିଆଙ୍କ ପରଲୋକ ପରେ ଏଠାରେ ଉପନିର୍ବାଚନ ଅନୁଷ୍ଠିତ ହୋଇଛି। ଉପନିର୍ବାଚନରେ ଛିଡ଼ା ହୋଇଥିଲେ ୧୪ ଜଣ ପ୍ରାର୍ଥୀ। ପ୍ରମୁଖ ୩ ଦଳ ବିଜେଡି, କଂଗ୍ରେସ ଓ ବିଜେପି ମଧ୍ଯରେ ତ୍ରିମୁଖୀ ପ୍ରତିଦ୍ବନ୍ଦ୍ବିତା ହୋଇଛି। ବିଜେଡିରୁ ସ୍ନେହାଙ୍ଗିନୀ ଛୁରିଆ, କଂଗ୍ରେସରୁ ଘାସିରାମ ମାଝୀ ଓ ବିଜେପିରୁ ଜୟ ଢୋଲକିଆ ପ୍ରାର୍ଥୀ ହୋଇଛନ୍ତି। ଗଣତି ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ଯାପକ ପ୍ରସ୍ତୁତି କରାଯାଇଛି। ୨୬ଟି ରାଉଣ୍ଡରେ କାଉଣ୍ଟିଂ ହେବ। ଏଥିପାଇଁ ୧୪ଟି ଟେବୁଲର ବ୍ୟବସ୍ଥା କରାଯାଇଛି।

ସକାଳ ୮ଟାରୁ ଗଣତି ଆରମ୍ଭ ହେବ। ପ୍ରଥମ ଅଧଘଣ୍ଟା ଭିତରେ ପୋଷ୍ଟାଲ ବାଲଟ ଗଣତି ପରେ ସକାଳ ୮ଟା ୩୦ରୁ ଇଭିଏମ ଗଣତି ଆରମ୍ଭ ହେବ। ଗଣତି ପ୍ରକ୍ରିୟା ଶାନ୍ତିଶୃଙ୍ଖଳା ସହ ସମ୍ପନ୍ନ କରିବା ପାଇଁ ୩୦୦ ପୋଲିସ ଫୋର୍ସ ମୁତୟନ କରାଯିବା ସହ ୧୧୦ରୁ ୧୨୦ ଜଣ ସଶସ୍ତ୍ର ବିଏସଏଫ ଯବାନ ମୁତୟନ କରାଯାଇଛି। ଭୋଟଗଣତି କେନ୍ଦ୍ର ଭିତରେ ମୁତୟନ ରହିଛନ୍ତି ୯୦ ବିଏସଏଫ ସଶସ୍ତ୍ର ଯବାନ। କୌଣସି ଅପ୍ରୀତିକର ସ୍ଥିତି ନ ଘଟିବା ପାଇଁ ଭୋଟ ଗଣତି କେନ୍ଦ୍ର ପାଇଁ ସ୍ଥିର ହୋଇଥିବା ନ୍ଯାସନାଲ କଲେଜ ଅଞ୍ଚଳରେ ସକାଳ ୬ଟାରୁ ବିଏନଏସଏସର ଧାରା ୧୬୩ ଲାଗୁ କରାଯାଇଛି। ଭୋଟଗଣତି ପ୍ରକ୍ରିୟା ସମ୍ପୂର୍ଣ୍ଣ ହେବା ପର୍ଯ୍ଯନ୍ତ ବଳବତ୍ତର ରହିବ କଟକଣା। ଭୋଟ ଗଣତି ନ ସରିବା ପର୍ଯ୍ୟନ୍ତ ସେହି ଅଞ୍ଚଳରେ କୌଣସି ରାଜନୈତିକ ଦଳର ଶୋଭାଯାତ୍ରା କିମ୍ବା ନାରାବାଜି କରାଯାଇପାରିବ ନାହିଁ।

Latest Posts

Don't Miss