spot_img

Latest Posts

ରାଜଧାନୀରେ ଦେହ ବ୍ୟବସାୟ ମାମଲା : ସେକ୍ସ ରାକେଟରେ ଅନେକ ବଡ଼ବଡ଼ିଆ !

ନନ୍ଦିଘୋଷ ବ୍ୟୁରୋ : ଦେହ ବେପାରୀଙ୍କ ଭୂସ୍ବର୍ଗ ପାଲଟିଛି ଭୁବନେଶ୍ବର । ନା ଅଛି ଚେକିଂ, ନା ହେଉଛି ଛାନଭିନ । ହେଉଛି ମାନବ ଚାଲାଣ, ଖସିଯାଉଛି ମାଷ୍ଟରମାଇଣ୍ଡ । ରୁମ ନମ୍ବର ୧୦୩ । ସ୍ଥାନ ଖାରବେଳ ନଗର ଥାନା ଅନ୍ତର୍ଗତ ୟୁନିଟ ୪ରେ ଥିବା ଆରାଧ୍ୟା ରେସିଡେନ୍ସି । ଭଲକରି ନଜର ପକାନ୍ତୁ ଏହି ହୋଟେଲ ଉପରେ । ଠିକ ଏହି ସ୍ଥାନରେ ଢେଙ୍କାନାଳର ଜଣେ ନାବାଳିକାଙ୍କୁ ଆଣି ରଖିଥିଲା ଦଲାଲ । ଚାକିରୀର ଲୋଭ ଦେଖାଇ ଦେହ ବେପାରରେ ଲଗାଉଥିଲା । ବିଶ୍ୱସ୍ତ ସୂତ୍ରରୁ ଖବର ପାଇବା ପରେ ଦେହ ଦଲାଲଙ୍କ ଉପରେ ଚଢ଼ାଉ କରିଥିଲା ପୋଲିସ । ଦଲାଲକୁ କୋର୍ଟଚାଲାଣ ପୂର୍ବରୁ ପୋଲିସ ହାତରେ ଲାଗିଥିଲା ମୋବାଇଲ ଫୋନ୍ । ଯେଉଁଥିରେ ଥିଲା କିଛି ବଡ଼ ବଡ଼ିଆ ଗରାଖଙ୍କ ଲିଷ୍ଟ । ଆଜି ସକାଳୁ ପୁଣି ଥରେ ହୋଟେଲରେ ଚଢ଼ାଉ କରି ପୋଲିସ ଜବତ କରିଛି ହାର୍ଡଡିସ୍କ, ରେଜିଷ୍ଟର । ନାବାଳିକା ଜଣଙ୍କୁ ଉଦ୍ଧାର ପରେ ସର୍ଟ ଷ୍ଟେ ହୋମ କୁ ପଠାଇ ଦିଆଯାଇଛି ।

ସହରର କେନ୍ଦ୍ରସ୍ଥଳୀରେ ହୋଟେଲ ଖୋଲିଛି । ନିୟମ କହୁଛି ହୋଟେଲକୁ ଆସୁଥିବା ଗରାଖଙ୍କ ସମ୍ପୂର୍ଣ୍ଣ ଡାଟାବେସ୍ ପୋଲିସ ନିକଟରେ ଦାଖଲ କରିବେ ହୋଟେଲ କର୍ତ୍ତୃପକ୍ଷ । କିନ୍ତୁ ମୂଳରୁ ଏହି ହୋଟେଲ ସରାଇ ଆପ ଅଧୀନରେ ରେଜିଷ୍ଟର ହୋଇନାହିଁ । ଯିଏ ଆସିଲା, ବେଧଡକ ରହିଲା । ସେପଟେ ସେକ୍ସ ରାକେଟ ମାଷ୍ଟରମାଇଣ୍ଡକୁ ଧରିବା ପାଇଁ ଆରମ୍ଭ ହୋଇଛି ଛାନଭିନ । କାରଣ କିଛିଦିନ ତଳେ ଲକ୍ଷ୍ମୀସାଗର ଅଞ୍ଚଳରେ ମଧ୍ୟ ଠାବ ହୋଇଥିଲା ସେକ୍ସ ରାକେଟ । ଝାଡ଼ଖଣ୍ଡ ନାବାଳିକାଙ୍କୁ ଆଣି ରାଜଧାନୀରେ ଦୁଷ୍କର୍ମ କରାଯାଇଥିଲା । ଆଉ ସେହି କେସ ର ମାଷ୍ଟରମାଇଣ୍ଡ କୁହାଯାଉଥିବା ରଞ୍ଜନ ବାରିକଙ୍କୁ ଏଯାବତ ଧରିବାରେ ସକ୍ଷମ ହୋଇନି ପୋଲିସ । ଦିଲ୍ଲୀ ବିସ୍ଫୋରଣ ଘଟଣାକୁ ନେଇ ସମସ୍ତ ରାଜ୍ୟ ହାଇ ଆଲର୍ଟରେ ଥିବାବେଳେ ଏହି ହୋଟେଲ କର୍ତ୍ତୃପକ୍ଷଙ୍କ କଥା ଟିକେ ଶୁଣନ୍ତୁ ।

 

 

Latest Posts

Don't Miss