ନନ୍ଦିଘୋଷ ବ୍ୟୁରୋ: ଆଜି ଭାରତୀୟ ମହାକାଶ ଗବେଷଣା ସଂସ୍ଥା ବା ଇସ୍ରୋ ସୃଷ୍ଟି କରିବ ଇତିହାସ। ଶ୍ରୀହରିକୋଟାସ୍ଥିତ ସତୀଶ ଧାୱନ ମହାକାଶ କେନ୍ଦ୍ରରୁ ଇସ୍ରୋ ଉତକ୍ଷେପଣ କରିବ LVM3 ଲଞ୍ଚ ଭେହିକଲ। LVM3ରେ ପଠାଯିବ Gsat-7R। ଏହି ଉପଗ୍ରହର ସାଂକେତିକ ନାମ ରହିଛି CMS 03 କମ୍ୟୁନିକେସନ ସାଟେଲାଇଟ। ମାର୍କ ୩ ଲଞ୍ଚ ଭେହିକଲର ପଞ୍ଚମ ଅପରେସନାଲ ଫ୍ଲାଇଟରେ ଭାରତର ସବୁଠାରୁ ଭାରି କମ୍ୟୁନିକେସନ ସାଟେଲାଇଟ ପଠାଯିବ। ଏହାର ଓଜନ ରହିଛି ୪ ହଜାର ୪୦୦ କିଲୋଗ୍ରାମ।
ଏହାକୁ ଜିଓସିନକ୍ରୋନସ ଟ୍ରାନ୍ସଫର ଅରବିଟରେ ଅବସ୍ଥାପିତ କରାଯିବ। CMS-03 ମଲ୍ଟିବ୍ୟାଣ୍ଡ କମ୍ୟୁନିକେସନ ସାଟେଲାଇଟ ଦେଶର ଯୋଗାଯୋଗ ବ୍ୟବସ୍ଥାକୁ ଅଧିକ ଶକ୍ତିଶାଳୀ କରିବ। ଏହା ସହ ରିମୋଟ ଅଞ୍ଚଳରେ ଡିଜିଟାଲ ଆକ୍ସେସକୁ ସକ୍ଷମ କରାଇବ।

