ଭାରତକୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପୁଣି ଧମକ

ନନ୍ଦିଘୋଷ ବ୍ୟୁରୋ : ଭାରତକୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପୁଣି ଧମକ। ରୁଷ ଠାରୁ ତେଲ କିଣିବା ପ୍ରସଙ୍ଗରେ ଚେତାବନୀ ଦେଇଛନ୍ତି ରାଷ୍ଟ୍ରପତି ଟ୍ରମ୍ପ। କହିଛନ୍ତି, ରୁଷ ଠାରୁ ଭାରତ ତୈଳ କିଣିବା ବନ୍ଦ ନକଲେ ଲାଗୁ ହେବ ଅଧିକ ପରିମାଣର ଶୁଳ୍କ। ଗଣମାଧ୍ୟମର ପ୍ରଶ୍ନରେ ଏହି ଉତ୍ତର ରଖିଛନ୍ତି ରାଷ୍ଟ୍ରପତି ଟ୍ରମ୍ପ।ରୁଷ ଠାରୁ ତେଲ ନକିଣିବାକୁ ଭାରତ ପ୍ରତିଶ୍ରୁତି ଦେଇଛି ପୂର୍ବରୁ କହିଥିଲେ ଟ୍ରମ୍ପ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କୁ ବ୍ୟକ୍ତିଗତ ଭାବରେ ପ୍ରତିଶ୍ରୁତି ଦେଇଛନ୍ତି ବୋଲି ଦାବି କରିଥିଲେ। କିନ୍ତୁ ଯଦି ଭାରତ ତେଲ କିଣିବା ଜାରି ରଖେ ତେବେ ଭାରତ ଉପରେ ଭାରି ଶୁଳ୍କ ଦେବାକୁ ପଡିବ। ସେପଟେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ଆମେରିକା ରାଷ୍ଟ୍ରପତି ଟ୍ରମ୍ପଙ୍କ ହୋଇଥିବା ଆଲୋଚନାକୁ ଭାରତ ଖାରଜ କରିଥିବା ନେଇ ସାମ୍ବାଦିକଙ୍କ ପ୍ରତିକ୍ରିୟଆରେ ଟ୍ରମ୍ପ ଚିହିଁକି ଉଠିଥିଲେ। ଏହାର ଉତ୍ତରରେ ଟ୍ରମ୍ପ କହିଛନ୍ତି ଯଦି ଭାରତ ଏହା କରିବାକୁ ଚାହୁଁଛି ତେବେ ତାକୁ ଭାରି ଶୁଳ୍କ ଦେବାକୁ ପଡ଼ିବ। ଭାରତର ପ୍ରାୟ ଏକ ତୃତୀୟାଂଶ ତେଲ ରୁଷରୁ ଆସିଥାଏ।
ରୁଷ ଠାରୁ ଭାରତ ତୈଳ କ୍ରୟ କିଣିବା ଘଟଣାକୁ ୟୁକ୍ରେନ ଯୁଦ୍ଧ ପାଇଁ ମସ୍କୋର ଆର୍ଥିକ ସହାୟତା ଭାବେ ନେଇଛି ଆମେରିକା। ସେପଟେ ଭାରତୀୟ ବୈଦେଶିକ ମନ୍ତ୍ରଣାଳୟ ଟ୍ରମ୍ପଙ୍କ ଦାବିକୁ ଖାରଜ କରିଛି। ଟ୍ରମ୍ପ ଏବଂ ପ୍ରଧାନମନ୍ତ୍ରୀ ମୋଦୀଙ୍କ ମଧ୍ୟରେ ଏହି ପ୍ରସଙ୍ଗ ନେଇ କୌଣସି ଆଲୋଚନା ବିଷୟରେ ଅଜ୍ଞ ବୋଲି କହିଛନ୍ତି ମନ୍ତ୍ରଣାଳୟର ମୁଖପାତ୍ର ରଣଧୀର ଜୟସୱାଲ। ସେ କହିଛନ୍ତି ଯେ, ଭାରତ ଏବଂ ଆମେରିକା ମଧ୍ୟରେ ଶକ୍ତି ସହଯୋଗ ଉପରେ ଆଲୋଚନା ଚାଲିଛି। ଆମେରିକା ସହିତ ଶକ୍ତି ସମ୍ପର୍କକୁ ଆହୁରି ଗଭୀର କରିବା ଉପରେ ଗୁରୁତ୍ଵ ଦେଉଛି ଭାରତ। ଟ୍ରମ୍ପଙ୍କ ଏହି ଚେତାବନୀ ଏପରି ଏକ ସମୟରେ ଆସିଛି ଯେତେବେଳେ ଭାରତ ଆମେରିକାରୁ ଭାରି ଆମଦାନୀ ଶୁଳ୍କର ସାମ୍ନା କରୁଛି।