ଦିଗପହଣ୍ଡିରେ ଖଣ୍ଡା ବୁଲାଇ ଯୁବକ ଗିରଫ

ନନ୍ଦିଘୋଷ ବ୍ୟୁରୋ : ଗଞ୍ଜାମ ଦିଗପହଣ୍ଡିରେ ଖଣ୍ଡା ବୁଲାଇ ଯୁବକ ଗିରଫ। ଖଣ୍ଡା ବୁଲାଇବା ସହ ଧମକପୂର୍ଣ୍ଣ ଡାଇଲଗ କହି ଇନଷ୍ଟାଗ୍ରାମରେ ଭିଡିଓ ଅପଲୋଡ଼ କରିଥିଲେ। ଗିରଫ ଯୁବକ
ଦିଗପହଣ୍ଡି ଥାନା ବଡ଼ ଡୁମ୍ବୁଳା ଗାଁର ସୁଶାନ୍ତ ମହାକୁଡ଼ । ସେ ଏକ ଧାରୁଆ ଖଣ୍ଡାଧରି ତିନୋଟି ମୁଣ୍ଡ ଧରି ଦିଗପହଣ୍ଡି ଥାନାକୁ ଆସିବି ବୋଲି ଡାଇଲଗ କହି ଭିଡିଓ ଅପଲୋଡ କରିଥିଲେ। ଭିଡିଓ ଭଲ ଲାଗିଲେ କମେଣ୍ଟ କରିବ ବୋଲି କହିଥିଲେ। ଭିଡିଓଟି ଭାଇରାଲ ହେବା ପରେ ପୋଲିସ ନଜରକୁ ଆସିଥିଲା l ପୋଲିସ ଗାଁରେ ପହଞ୍ଚି ସୁଶାନ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି ।