ଗୁଜରାଟରେ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ: ଶପଥ ନେଲେ ୨୫ ଜଣ ମନ୍ତ୍ରୀ

ଗୁଜରାଟରେ ଆଜି ମନ୍ତ୍ରିମଣ୍ଡଳର ବିସ୍ତାର ହୋଇଛି । ମୁଖ୍ୟମନ୍ତ୍ରୀ ପୂପେନ୍ଦ୍ର ପଟେଲଙ୍କ ନେତୃତ୍ବରେ ନୂଆ କ୍ୟାବିନେଟj ଶପଥ ଗ୍ରହଣ ସମାରୋହ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି । ଗାନ୍ଧୀନଗରର ମହାତ୍ମା ମନ୍ଦିରରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ହର୍ଷ ସଂଘଭିଙ୍କୁ ଡେପଟି ସିଏମ୍  କରାଯାଇଛି । ଏହି ଅଦଳବଦଳରେ ମୁଖ୍ୟତଃ ଜାତୀୟ ଓ କ୍ଷେତ୍ରୀୟ ସନ୍ତୁଳନକୁ ଧ୍ୟାନ ରଖାଯାଇଛି । ବିଭିନ୍ନ ଅଞ୍ଚଳରେ କ୍ୟାବିନେଟ  ଓ ରାଜ୍ୟ ମନ୍ତ୍ରୀଙ୍କ ଚୟନ ଶ୍ରେଣୀବଦ୍ଧ ଭାବେ କରାଯାଇଛି । କିଛି ପୂର୍ବ କଂଗ୍ରେସ ନେତାଙ୍କୁ ବିଜେପିରେ ସାମିଲ ହେବା ପରେ ମନ୍ତ୍ରୀ ପଦ ମିଳିଛି । ୨୦୨୭ ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ମନ୍ତ୍ରିମଣ୍ଡଳର ବିସ୍ତାର କରାଯାଇଛି । ନୂଆ ଶକ୍ତି ସଂଗ୍ରହ କରିବା ଓ ପାର୍ଟିର ସଂଗଠନକୁ ମଜବୁତ କରିବା ଲକ୍ଷ୍ୟ ରହିଛି । ଆଦିବାସୀ ସମ୍ପ୍ରଦାୟରୁ ୪ ଜଣ ମନ୍ତ୍ରୀ ହୋଇଛନ୍ତି । କ୍ଷେତୀୟ ସମାଜରୁ ରିଭାବା ଜାଡେଜା ଓ ସଞ୍ଜୟସିଂହ ମହିଡାଙ୍କୁ ମନ୍ତ୍ରୀ କରାଯାଇଛି । ଓବିସି ସମ୍ପ୍ରଦାୟରୁ ୮ ଜଣଙ୍କୁ ମନ୍ତ୍ରୀପଦ ମିଳିଛି । କ୍ୟାବିନେଟରେ ୧୯ ଜଣ ନୂଆ ଚେହେରା ସ୍ଥାନ ପାଇଛନ୍ତି ।