ବଡ଼ ନିଷ୍ପତ୍ତି: କ୍ରିକେଟର୍ସଙ୍କ ପରି ପୋଲିସଙ୍କ ପାଇଁ yo-yo ଟେଷ୍ଟ ବାଧ୍ୟତାମୂଳକ

ଉତ୍ତରପ୍ରେଦଶ ପୋଲିସରେ ଫିଟନେସକୁ ନେଇ ଏକ ବଡ଼ ନିଷ୍ପତ୍ତି ଗ୍ରହଣ କରାଯାଇଛି । ଏଣିକି କ୍ରିକେଟରଙ୍କ ପରି ଟ୍ରେନିଂ ଯବାନଙ୍କ ପାଇଁ ୟୋ-ୟୋ ଟେଷ୍ଟ ପାସ କରିବା ବାଧ୍ୟତାମୂଳକ ହେବ । ମୁରାଦାବାଦର ଡ. ଭୀମରାଓ ଅମ୍ବେଦକର ପୋଲିସ ଏକାଡେମୀରୁ ଏହାର ଶୁଭାରମ୍ଭ ହେବ । ପୋଲିସ କର୍ମୀଙ୍କୁ ଶାରୀରିକ ଭାବେ ଅଧିକ ସକ୍ଷମ କରାଇବା ଏହା ପଛର ଉଦ୍ଦେଶ୍ୟ ।

ପୋଲିସ ଟ୍ରେନିଂ ସମୟରେ ଟ୍ରେନି ଯବାନଙ୍କ ପାଇଁ କ୍ରିକେଟରଙ୍କ ପରି ୟୋ-ୟୋ ଟେଷ୍ଟ ପାସ କରିବା ବାଧ୍ୟତାମୂଳକ ବୋଲି ରାଜ୍ୟ ସରକାର ନିଷ୍ପତ୍ତି ଗ୍ରହଣ କରିଛନ୍ତି । ଏହି ଟେଷ୍ଟ ନଭେମ୍ବର ୧ରୁ ରାଜ୍ୟର ସମସ୍ତ ୧୧୨ ଟ୍ରେନିଂ ସେଣ୍ଟରରେ ଆରମ୍ଭ ହେବ । ଏହାଦ୍ବାରା ୟୁପି ପୋଲିସ ଶାରୀରିକ ଭାବେ ଅଧିକ ସକ୍ଷମ ହେବା ସହ ସେମାନଙ୍କର କାର୍ଯ୍ୟକ୍ଷମତାରେ ବୃଦ୍ଧି ଘଟିବ । ଏଥିସହ ପୋଲିସ କର୍ମୀ ଯେ କୌଣସି ଚ୍ୟାଲେଞ୍ଜପୂର୍ଣ୍ଣ ଅପରେସନ ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିବେ ।