ବିଜେପି ସରକାର ଆସିବା ଦିନଠୁ ଆଇନଶୃଙ୍ଖଳା ବିଗିଡିଛି, ଆଇନଜୀବୀଙ୍କ ହତ୍ୟା ଯୋଜନାବଦ୍ଧ : ଭୃଗୁବକ୍ସି ପାତ୍ର

1 min read

ଭୁବନେଶ୍ବର : ଆଇନଜୀବୀ ପିତବାସ ପଣ୍ଡାଙ୍କୁ ହତ୍ୟା ଘଟଣାକୁ ନେଇ ବର୍ଷିଲା ବିଜେଡି । ଶଙ୍ଖ ଭବନରେ ଏକ  ସାମ୍ବାଦିକ ସମ୍ମିଳନୀରେ ବର୍ଷିଲେ ବିଜେଡି ବରିଷ୍ଠ ସାଧାରଣ ସମ୍ପାଦକ ଭୃଗୁବକ୍ସି ପାତ୍ର । ସେ ମହିଛନ୍ତି ବିଜେପି ସରକାର ଆସିବା ଦିନଠୁ ଆଇନ ଶୃଙ୍ଖଳା ବିଗିଡିଛି । ଗତ କିଛି ଦିନ ଧରି ଓଡ଼ିଶାରେ ହେଉଥିବା ସମ୍ପୂର୍ଣ୍ଣ ଆଇନ ଶୃଙ୍ଖଳା ବିଫଳତା, ସମ୍ବେଦନଶୀଳ ଘଟଣା ସବୁ ଅଞ୍ଚଳରେ ଘଟୁଛି । ଗତକାଲି ରାତି ୧୦ଟା ରେ ବ୍ରହ୍ମପୁର ସହରରେ ଜଣେ ବରିଷ୍ଠ ଆଇନଜୀବୀ ତଥା ବାର କାଉଁସିଲ ସଦସ୍ୟ ବିଜେପି ନେତା ପୀତବାସ ପଣ୍ଡାଙ୍କୁ ପଏଣ୍ଟ ବ୍ଲାଙ୍କ ରେଞ୍ଜରେ ଗୁଳି ମାଡ଼ କରି ହତ୍ୟା କରାଯାଇଛି । ଗତକାଲି ଗଞ୍ଜାମର ବଡ଼ ପର୍ବ କୁମାର ପୁର୍ଣିମା ଥିଲା । ପ୍ରତିବର୍ଷ ଏହି ସମୟରେ ଗଞ୍ଜାମ ଜିଲ୍ଲାରେ ପୋଲିସର ସକ୍ରିୟ ପେଟ୍ରଲିଙ୍ଗ ହୁଏ । ହେଲେ ଗତକାଲି ହୋଇନଥିଲା । ଦୁର୍ବୃତ୍ତ ଗୁଳି କରି ଖସି ପଳାଇଲେ । ୧୫ ଘଣ୍ଟା ହେବ ସେମାନଙ୍କ ଟେର ପାଉନି ପୋଲିସ ।  ଯେଉଁ ସ୍ଥାନରେ ତାଙ୍କ ହତ୍ୟା ହେଲା, ସେଠି ଥିବା ସିସିଟିଭି ବି ବାହାର କରାଯାଇଥିଲା । ଅର୍ଥାତ ଏହା ଯୋଜନାବଦ୍ଧ ହତ୍ୟା ଥିଲା । ସ୍ଥାନୀୟ IIC ଛୁଟିରେ ଥିଲେ । ବ୍ରହ୍ମପୁର ପୋଲିସ ଜିଲ୍ଲା SP ବି ଛୁଟିରେ ଅଛନ୍ତି । ଏହା ସମ୍ପୂର୍ଣ୍ଣ ସରକାରଙ୍କ ଗୁଇନ୍ଦା ଓ ଆଇନ ଶୃଙ୍ଖଳାର ବିଫଳତା ।  ୧୬ ମାସର ମୋହନ ମାଝୀ ସରକାର ଶାସନ ଭାର ନେବା ପରେ ଗଞ୍ଜାମରେ ରେକର୍ଡ ୧୨୮ ହତ୍ୟା ହୋଇଛି । ଧରାକୋଟ ଓ ଭଞ୍ଜନଗରରେ ବି ହତ୍ୟା ହୋଇଛି । ନବୀନ ପଟ୍ଟନାୟକ ଗଞ୍ଜାମରେ ଶାନ୍ତି ଫେରାଇ ଆଣିଥିଲେ । ହେଲେ ଆଜି ସରକାରରେ ପୋଲିସ ନାଚାର । ମୁଖ୍ୟମନ୍ତ୍ରୀ ନିଜେ ଗୃହ ମନ୍ତ୍ରୀ, ଗଞ୍ଜାମ ଜିଲ୍ଲାରେ ୧୧ ବିଜେପି ବିଧାୟକ, ଜଣେ ସାସଂଦ, ଦୁଇ ଜଣ ମନ୍ତ୍ରୀ ନିଜ ଦଳର ଆଇନଜୀବିଙ୍କୁ ସୁରକ୍ଷା ଦେଇ ପାରୁ ନାହାନ୍ତି । ବ୍ରହ୍ମପୁର ଓଡ଼ିଶା ଦକ୍ଷିଣ ଓଡ଼ିଶାର ପ୍ରାଣକେନ୍ଦ୍ର । ବିଜେପି ନିଜ ନେତାଙ୍କୁ ସୁରକ୍ଷା ଦେଇ ପାରୁନି । ବିଜେଡି ପୀତବାସ ପଣ୍ଡା ହତ୍ୟାରେ ଗଭୀର ଦୁଃଖ ପ୍ରକାଶ କରୁଛି । ସରକାରଙ୍କ ବେପରୁଆ ଆଇନ ବ୍ୟବସ୍ଥାକୁ ନିନ୍ଦା କରୁଛି । ବିଜେପି ସରକାରର ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ବିରୋଧରେ ବିଜେଡି ଆନ୍ଦୋଳନ କରି ଆସୁଛି । ଗତ ଏକ ସପ୍ତାହରେ ଯାହା ଘଟିଛି, ତାହା ଆଜି ଯାଏ କେବେ ହୋଇ ନଥିଲା । କିଛି ସମୟ ତଳେ କଣାସରେ ଲକ୍ଷ୍ମୀ ବସରେ ପଶି ଜଣେ ଦୁବୃତ୍ତ ହାଣି ଚାଲିଲେ । ପରିବହନ ମନ୍ତ୍ରୀ ଗଞ୍ଜାମର । ତାଙ୍କ ସହଯୋଗୀ ପୀତବାସ ପଣ୍ଡା । ଲକ୍ଷ୍ମୀ ବସରେ ହତ୍ୟା ହେଉଛି । ବାଲି, ଖାଦାନ ବି ଲୁଟ ହେଉଛି । ଏହି ଦୁଇ ବିଭାଗ ବିଭୂତି ଜେନାଙ୍କ ପାଖରେ ଅଛି । ଆଶ୍ଚର୍ଯ୍ୟ ଲାଗୁଛି, ସେ କହୁଛନ୍ତି କାହାକୁ ଛଡା ଯିବନି । କେଉଁଠି ବି ଦୋଷୀ ଧରା ପଡୁନି । ଦୋଷୀର ଆଇନ ଓ ପୋଲିସ ପ୍ରତି ଭୟ ନାହିଁ । ଆଇନ ଶୃଙ୍ଖଳା ନିୟନ୍ତ୍ରଣରେ ସରକାର ବିଫଳ । SI ପରୀକ୍ଷା ବିଭ୍ରାଟ ବି ଗଞ୍ଜାମରେ ହେଲା । ଚୌଦ୍ୱାର ଜେଲରୁ ଦୁଇ କଏଦୀ ଚମ୍ପଟ ମାରୁଛନ୍ତି । ଭାଇଚାରାର ସହର କଟକରେ କଣ କଲେ ସରକାର । ବିଶ୍ରାରେ ହତ୍ୟାକାଣ୍ଡ, ବାଲେଶ୍ୱରରେ କର୍ଫ୍ୟୁ, କେତେ ହତ୍ୟା ଏକ ବର୍ଷରେ, ତାହାର ହିସାବ ନାହିଁ । ବିଜେଡି ସରକାରଙ୍କ ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳାକୁ ନିନ୍ଦା କରୁଛି । ଆଇନ ଶୃଙ୍ଖଳା ନିୟନ୍ତ୍ରଣ କରିବାରେ ସରକାରଙ୍କ ନିର୍ଦ୍ଧିଷ୍ଟ ପଦକ୍ଷେପ ନାହିଁ  । ମୁଖ୍ୟମନ୍ତ୍ରୀ, ଗୃହ ସଚିବ, ମୁଖ୍ୟ ଶାସନ ସଚିବ, SP, IG, DG ଆଇନ ଶୃଙ୍ଖଳା ପାଇଁ ଦିନେ ବି ବୈଠକ କଲେନି । ପ୍ରତିଦିନ ଖବରକାଗଜ ପଢିଲେ, ହତ୍ୟା, ଲୁଟ. ଦିନରେ ସରକାରୀ ବସରେ ପଶି ହତ୍ୟା କରାଯାଉଛି । ପୀତବାସ ପଣ୍ଡାଙ୍କ ହତ୍ୟାର ତଦନ୍ତ ସକ୍ରିୟ ଭାବେ କରନ୍ତୁ ସରକାର । ବିଜେପି କେବଳ ବାକ୍ୟବାଣ ନ କରି ଆଇନ ଶୃଙ୍ଖଳା ନିୟନ୍ତ୍ରଣ କରନ୍ତୁ । ନ ହେଲେ ଆଇନ ଶୃଙ୍ଖଳା ନିୟନ୍ତ୍ରଣ ବାହାରକୁ ପଳାଇବ ।