ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗରେ ବିଦ୍ୟାଳୟରେ ତାଲା ପକାଇଲେ ଅଭିଭାବକ
1 min read
ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗରେ ବିଦ୍ୟାଳୟରେ ତାଲା ପକାଇଲେ ଅଭିଭାବକ। ଅନୁଗୁଳ ଜିଲ୍ଲା ବାଗଡିଆ ଥାନା ପାତ୍ରପଡା ପ୍ରାଥମିକ ବିଦ୍ୟାଳୟର ଏ ଘଟଣା। ଛାତ୍ରୀଙ୍କୁ ଅସଦାଚରଣ କରିବା ଅଭିଯୋଗରେ ବିଦ୍ୟାଳୟରେ ତାଲା ପକାଇଵା ସହ ଧାରଣାରେ ବସିଛନ୍ତି ଛାତ୍ରଛାତ୍ରୀ। ପାତ୍ରପଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସହକାରୀ ଶିକ୍ଷକ ଲିପୁନ ବେହେରା ଛାତ୍ରୀଙ୍କୁ ଅସଦାଚରଣ କରିଥିବା ଅଭିଯୋଗ ହୋଇଥିଲା। ଅନ୍ୟ ଜଣେ ଛାତ୍ରୀଙ୍କୁ ମାଡ଼ ମାରିଥିଲେ ଶିକ୍ଷକ। ମଦ୍ୟପାନ କରି ସ୍କୁଲକୁ ଆସି ଗ୍ରାମବାସୀ, ଶିକ୍ଷକମାନଙ୍କ ସହ ଝଗଡା କରିଥିଲେ । ବିଦ୍ୟାଳୟ କମ୍ପ୍ୟୁଟର ଶ୍ରେଣୀ ଗୃହକୁ ତାଲା ପକାଇ ବିଦ୍ୟାଳୟର ଆସବାବପତ୍ର ଫିଙ୍ଗା ଫୋପଡା କରିଥିଲେl ଯାହାକୁ ନେଇ ଅଭିଵାବକ ମହଲରେ ଅସନ୍ତୋଷ ଦେଖାଦଦେଇଛି। ବିଦ୍ୟାଳୟକୁ ଅନିର୍ଦ୍ଦିଷ୍ଟକାଳ ପର୍ଯ୍ୟନ୍ତ ତାଲା ପକାଇ ଧାରଣାରେ ବସିଛନ୍ତି । ଯେପର୍ଯ୍ୟନ୍ତ ଲିପୁନ ବେହେରାଙ୍କ ନାମରେ କାର୍ଯ୍ୟାନୁଷ୍ଠାନ ନ ହୋଇଛି ସେପର୍ଯ୍ୟନ୍ତ ଧାରଣାରେ ବସିବେ ବୋଲି ଅଭିଭାବକମାନେ ଜିଦ ଧରି ବସି ରହିଛନ୍ତି । ଖବର ପାଇ ବାଗଡିଆ ପୋଲିସ ଘଟଣାସ୍ଥଳରେ ପହଁଚି ଆଲୋଚନା ଜାରି ରଖିଛି