ମହାରାଷ୍ଟ୍ର ରାଜ୍ୟପାଳ ଭାବେ ଶପଥ ନେଲେ ଆଚାର୍ଯ୍ୟ ଦେବବ୍ରତ

ନନ୍ଦିଘୋଷ ବ୍ୟୁରୋ: ମହାରାଷ୍ଟ୍ରର ରାଜ୍ୟପାଳ ଭାବେ ଭାବେ ଶପଥ ନେଲେ ଆଚାର୍ଯ୍ୟ ଦେବବ୍ରତ । ସେ ଗୁଜରାଟ ସହ ମହାରାଷ୍ଟ୍ରର ଦାୟିତ୍ବ ମଧ୍ୟ ତୁଲାଇବେ। ନୂଆ ରାଜ୍ୟପାଳଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି ବମ୍ବେ ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ଚନ୍ଦ୍ରଶେଖର। ଗତ ସପ୍ତାହରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମହାରାଷ୍ଟ୍ର ରାଜ୍ୟପାଳ ଭାବେ ତାଙ୍କୁ ନିଯୁକ୍ତ କରିଥିଲେ ।ରାଜ୍ୟପାଳ ଥିବା ସି ପି ରାଧାକ୍ରିଷ୍ଣନ ଉପରାଷ୍ଟ୍ରପତି ନିର୍ବାଚିତ ହେବା ପରେ ମହାରାଷ୍ଟ୍ର ରାଜ୍ୟପାଳ ପଦ ଖାଲି ପଡିଥିଲା।
ଆଜି ଏକ ଭବ୍ୟ ଉତ୍ସବରେ ସେ ଆଚାର୍ଯ୍ୟ ଦେବବ୍ରତ ନୂଆ ରାଜ୍ୟପାଳ ଭାବେ ଶପଥ ଗ୍ରହଣ କରିଛନ୍ତି । ସେ ସଂସ୍କୃତରେ ଶପଥ ନେଇଛନ୍ତି । ଶପଥ ଗ୍ରହଣ ଉତ୍ସବରେ ମୁଖ୍ଯମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ, ଉପମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଓ ଅନ୍ୟ କ୍ୟାବିନେଟ ମନ୍ତ୍ରୀ ଉପସ୍ଥିତ ଥିଲେ । ୬୬ ବର୍ଷୀୟ ଆଚାର୍ଯ୍ୟ ଦେବବ୍ରତ ହିନ୍ଦୀ ଓ ଇତିହାସରେ ପୋଷ୍ଟ ଗ୍ରାଜୁଏସନ କରିଥିବାବେଳେ ନାଚ୍ଯୁରୋପାଥି ଓ ଯୋଗ ବିଜ୍ଞାନରେ ଡକ୍ଟରେଟ କରିଛନ୍ତି । ସେ ଜଣେ ଶିକ୍ଷାବିତ ଓ ଆର୍ଯ୍ୟ ସମାଜ ପ୍ରଚାରକ ଭାବେ ପରିଚିତି ହାସଲ କରିଛନ୍ତି । ୨୦୧୯ରୁ ସେ ଗୁଜରାଟ ରାଜ୍ୟପାଳ ଭାବେ କାର୍ଯ୍ୟ କରିଆସୁଛନ୍ତି ।