ଝାଡ଼ଖଣ୍ଡର ଦୁର୍ଦ୍ଦାନ୍ତ ନକ୍ସଲ ନିହତ ; ଏନକାଉଣ୍ଟରରେ ନିହତ ସୁଖଦେବ ଯାଦବ

ନନ୍ଦିଘୋଷ ବ୍ୟୁରୋ: ସୁରକ୍ଷାକର୍ମୀଙ୍କ ଗୁଳିରେ ଦୁର୍ଦ୍ଦାନ୍ତ ନକ୍ସଲ ନିହତ । ଝାଡ଼ଖଣ୍ଡ ପାଲାମୁ ଜିଲ୍ଲାର ମାନାଟୁ ଥାନା ଅଞ୍ଚଳରେ ହୋଇଥିଲା ଏନକାଉଣ୍ଟର । ବାନ୍ସି ଗାଁର ଜଙ୍ଗଲରେ ଦୁର୍ଦ୍ଦାନ୍ତ ନକ୍ସଲ ମୁଖଦେବ ଯାଦବ ଲୁଚିଥିବାର ଖବର ପାଇ ଚଢ଼ାଉ କରିଥିଲେ ସୁରକ୍ଷାକର୍ମୀ । ଗୁଳି ବିନିମୟ ପରେ ସୁଖଦେବ ଯାଦବ ନିହତ ହୋଇଛି । ତା ନାଁରେ ୫ ଲକ୍ଷ ଟଙ୍କାର ପୁରସ୍କାର ଥିଲା । ପୋଲିସ ଘଟଣାସ୍ଥଳରୁ ଗୋଟିଏ ଇନସାସ ରାଇଫଲ୍ ଜବତ କରିଛି ଓ ଅନ୍ୟ ନକ୍ସଲ ଛତ୍ରଭଙ୍ଗ ଦେଇଥିବାରୁ ସର୍ଚ୍ଚ ଅପରେଶନ ଜାରି ରହିଛି  ।

ଚାଇବାସା ଜିଲ୍ଲାର ଗୋଇଲକେରା ଥାନା ଅଞ୍ଚଳରେ ଦୁଇ ସପ୍ତାହ ତଳେ ଏକ ଏନକାଉଣ୍ଟରରେ ସିପିଆଇ ମାଓବାଦୀ ଜୋନାଲ କମାଣ୍ଡର ଅମିତ ହାଂସଦା ଓରଫ ଉପ୍ତାନ ବି ନିହତ ହୋଇଥିଲା। ଧୀରେ ଧୀରେ ଏହି ଅଞ୍ଚଳରେ ଲାଲଗଡ଼ ଭୁଶୁଡ଼ୁଛି।