ଧରା ପଡିଲେ ସିସିଟିଭି ଲୁଟେରା, ୩୫ କ୍ୟାମେରା ସହ ୨ ଗିରଫ

ଭଦ୍ରକ : ଧରା ପଡିଲେ ସିସିଟିଭି ଲୁଟେରା, ୩୫ କ୍ୟାମେରା ସହ ୨ ଗିରଫ । ରାତିରେ ଇଲେକ୍ଟ୍ରିକ ଗାଡ଼ିରେ ବୁଲି ବୁଲି ସିସି ଟିଭି ଲୁଟ କରୁଥିବା ଦୁଇ ଲୁଟେରାଙ୍କୁ ଧରିବାରେ ସଫଳ ହୋଇଛି ଭଦ୍ରକ ଟାଉନ ପୋଲିସ । ଗିରଫ ଦୁଇ ଲୁଟେରା ହେଲେ ଏରେଇଁ ଅଞ୍ଚଳର ବିଶ୍ୱଜିତ୍ ସେଠୀ ଓ ଯାଜପୁର ଟାଉନ୍ ଅଞ୍ଚଳର ମଙ୍ଗଳ ପୃଷ୍ଟି। ଉଭୟ ସିସିଟିଭି ମେକାନିକ ମଧ୍ୟ । ପୋଲିସ ଏହି ଦୁଇ ଜଣଙ୍କୁ ଗିରଫ କରିବା ସହ ଚୋରି ହୋଇଥିବା ୩୫ଟି ସିସିଟିଭି କ୍ୟାମେରା ସହ ବ୍ୟବହୃତ ଇଲେକ୍ରିକ ସ୍କୁଟି ଜବତ କରିଛି। ଗତ ଦୁଇ ଦିନ ତଳେ ଏମାନେ ବିଳମ୍ବିତ ରାତ୍ରିରେ ଭଦ୍ରକ ସହର ଓ ଏହାର ଆଖପାଖ ଅଞ୍ଚଳର ବିଭିନ୍ନ ଦୋକାନ ବାହାରେ ଲାଗିଥିବା ୫୦ରୁ ଅଧିକ ସିସିଟିଭି ଲୁଟି ନେଇଥିଲ। ଯାହାକୁ ନେଇ ଭଦ୍ରକ ଟାଉନ ଥାନା ଓ ଗ୍ରାମାଞ୍ଚଳ ଥାନାରେ ଅଭିଯୋଗ ହେବା ପରେ ପୋଲିସ ତଦନ୍ତ ଆରମ୍ଭ କରିଥିଲା । କ୍ୟାମେରା ଚୋରି ସମୟର ଭିଡିଓ ସିସିଟିଭିର ଭିଡିଓରେ ଦେଖିବାକୁ ମିଳିଥିଲା ।