ଚାଉଳ ନପାଇବାରୁ ବିଧାୟକଙ୍କ ଗାଡିକୁ ଅଟକାଇଲେ ଗ୍ରାମବାସୀ

କାମାକ୍ଷାନଗର : ଚାଉଳ ନପାଇବାରୁ ବିଧାୟକଙ୍କ ଗାଡିକୁ ଅଟକାଇଲେ ଗ୍ରାମବାସୀ। ଡିଲର ଠିକରେ ଦେଉନାହାନ୍ତି ଚାଉଳ । ଲୋକ ପାଉନାହାନ୍ତି ଚାଉଳ  । ଯାହାକୁ ନେଇ ବିଧାୟକଙ୍କ ଗାଡିକୁ ରାସ୍ତାରେ ଅଟକାଇଲେ ଗ୍ରାମବାସୀ । ଏପରି ଦେଖିବାକୁ ମିଳିଛି କଙ୍କଡାହାଡ଼ ବ୍ଲକ କାନ୍ତୋଲ ପଞ୍ଚାୟତର ବାହାଡ଼ପାଳ ଗାଁରେ । ବାହାଡ଼ପାଳ ଗାଁରେ ବସବାସ କରୁଥିବା ଲୋକମାନେ ଦୁଇରୁ ତିନି ମାସ ହେବ ଠିକରେ ଚାଉଳ ପାଇପାରୁନାହାନ୍ତି । ଡିଲର ଠିକରେ ଚାଉଳ ନଦେବାରୁ ଲୋକମାନେ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଯାହା ଫଳରେ ବାରମ୍ବାର ବ୍ଲକରେ ଅଭିଯୋଗ କରିବା ପରେ କୌଣସି ସୁଫଳ ମିଳିପାରିନଥିଲା । ଫଳରେ ଆଜି ପରଜଙ୍ଗ ବିଧାୟକ ବିଭୁତି ଭୂଷଣ ପ୍ରଧାନ ସେହି ଗାଁ ଦେଇ ଯାଉଥିବା ବେଳେ ଗ୍ରାମବାସୀ ମାନେ ବିଧାୟକଙ୍କ ଗାଡିକୁ ଅଟକାଇ ସହ ତୁରନ୍ତ ଚାଉଳ ଯୋଗାଇଦେବା ପାଇଁ ଦାବି କରିଥିଲେ । ଗ୍ରାମର ମହିଳାଙ୍କ ଠାରୁ ଆରମ୍ଭ କରି ବହୁ ଲୋକ କିପରି ତୁରନ୍ତ ଚାଉଳ ପାଇପାରିବେ ସେ ନେଇ ବ୍ୟବସ୍ଥା ଗ୍ରହଣ କରିବାକୁ ବିଧାୟକଙ୍କୁ ଦାବି କରିଛନ୍ତି ।