ବୈଜ୍ଞାନିକ ପ୍ରଣାଳୀରେ ସାପ କାମୁଡାକୁ ସିପିଆର

1 min read

ଭୁବନେଶ୍ବର : ଅନ୍ଧ ବିଶ୍ବାସ ବନାମ ବିଜ୍ଞାନ। ଝଡାଫୁଙ୍କା କି ତନ୍ତ୍ରମନ୍ତ୍ର ନୁହେଁ । ବୈଜ୍ଞାନିକ ପ୍ରଣାଳୀରେ ସାପ କାମୁଡାକୁ ସିପିଆର । ଗୋଲେଡନ ଆୱାରକୁ ବୁଷ୍ଟ ଦେବ ସିପିଆର ଓ ଭିଏଲଏସ ପ୍ରଣାଳୀ । ତାଲିମ ନେଲେ ସାପ ଉଦ୍ଧାରକାରୀ । ବିଷାକ୍ତ ସାପ କାମୁଡି ଦେଇଛି । ଅଚେତ ହୋଇ ପଡିଛି ରୋଗୀ । ସିପିଆର ଓ ଭିଏଲଏସ ପ୍ରଣାଳୀରେ ଉଠାଉଛନ୍ତି  ଟିମ୍ । ତେବେ ଏ ଦୃଶ୍ଯ ସତ ସତିକା ନୁହେଁ । ସାପ କାମୁଡାର ଶିକାର ହେଲେ ଗୋଲେଡନ ଆୱାର କ୍ରସ ନ କରିବା ପାଇଁ କଣ ବେସିକ ଟ୍ରିଟମେଣ୍ଟ ଦିଆଯିବ ସେନେଇ ଚାଲିଛି ପ୍ରଶିକ୍ଷଣ । ବେସିକ ଲାଇଫ ସପୋର୍ଟ ଓ CPR ପ୍ରଣାଳୀ ଦ୍ଵାରା ଅଚେତ୍ ସାପ କାମୁଡ଼ା ରୋଗୀଙ୍କ ଛାତି ନିର୍ଦ୍ଦିଷ୍ଟ ଚାପ ଦେଇ, ପାଟି ପଟେ ନିଜ ମୁହଁରେ ପବନ ଫୁଙ୍କିଲେ ରୋଗୀ ଚେତା ଫେରି ପାଇଥାଏ । ବିଏମସି ହସପିଟାଲ ପକ୍ଷରୁ ଡକ୍ଟର ନିରଞ୍ଜନ ପାଢୀଙ୍କ ତ୍ବତ୍ତବଧାନରେ କର୍ମଶାଳାରେ ଏନେଇ ଦିଆଯାଇଛି ପ୍ରଶିକ୍ଷଣ ।

ସ୍ନେକ୍ ହେଲ୍ପ ଲାଇନ ସଦସ୍ୟମାନଙ୍କୁ ଏନେଇ ବିଶେଷ BLS ଏବଂ CPR ଟ୍ରେନିଙ୍ଗ ଦିଆଯାଇଛି । ଏହାଦ୍ଵାରା ସେମାନେ ମଧ୍ୟ ନିଜ ନିଜ ଅଞ୍ଚଳ ଜରୁରୀ ପରିସ୍ଥିତିରେ ଜୀବନ ବଞ୍ଚେଇବା ପାଇଁ ସକ୍ଷମ ହୋଇ ପାରିବେ । ସାପ କାମୁଡିଲେ ଲୋକଙ୍କ ହୃଦପିଣ୍ଡ ବନ୍ଦ ହୋଇଯାଏ । ମେଡିକାଲ ଗଲାବେଳେ ହୃଦ ସ୍ପନ୍ଦନ ବନ୍ଦ ହୁଏ । ସେ ଜୀବିତ କି ମୃତ୍ଯୁ ଜଣା ପଡେନି । ଏପରି ସ୍ଥିତିରେ ସିପିଆର ଦେଲେ ଗୋଲ୍ଡେନ ଆୱାର ଭିତରେ ରୋଗୀକୁ ହସପିଟାଲ ପହଞ୍ଚାଇ ଜୀବନବଞ୍ଚାଇବା ସମ୍ଭବ ହେବ । ଏବେ ଓଡ଼ିଶାରେ ବର୍ଷକୁ ଖାଲି ସାପ କାମୁଡ଼ା ଯୋଗୁଁ ପ୍ରାୟ ୧ ହଜାର ଲୋକଙ୍କ ମୃତ୍ଯୁ ହେଉଛି । ତେଣୁ ଏହି ପ୍ରଶିକ୍ଷଣ ଅନେକ ଲୋକଙ୍କୁ ମୃତ୍ଯୁ ମୁଖରୁ ବଞ୍ଚାଇବାରେ ସହାୟକ ହୋଇପାରିବ ।